Sunstar Tv
NEET-UG ଡାକ୍ତରୀ ପ୍ରବେଶିକା ପରୀକ୍ଷା ଅନିୟମିତତା ହୋଇଥିବା ଅଭିଯୋଗ ଆସିବା ପରେ ଗଠନ ହେଲା ୪ ଜଣିଆ ପ୍ୟାନେଲ NTA କହିଛି ଯେ ୧୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କର ସମୀକ୍ଷା ପାଇଁ ଶିକ୍ଷା ମନ୍ତ୍ରଣାଳୟ ଏକ ଚାରି ଜଣିଆ ପ୍ୟାନେଲ ଗଠନ କରିଛି।
NEET UG ଫଳାଫଳରେ ଅନିୟମିତତା ଅଭିଯୋଗ ପରେ NTA ସମସ୍ତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେଇଛି। କିନ୍ତ NEET ଫଳାଫଳକୁ ନେଇ ବିବାଦ ବନ୍ଦ ହେଉନାହିଁ ।
ସେପଟେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସର ନେତା ରାହୁଲ ଗାନ୍ଧି, ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି। ରାହୁଲ ଗାନ୍ଧି ଟ୍ବିଟ୍ କରି କହିଛନ୍ତି ଯେ, ନରେନ୍ଦ୍ର ମୋଦି ଏପର୍ଯ୍ୟନ୍ତ ଶପଥ ଗ୍ରହଣ କରିନାହାଁନ୍ତି ତଥାପି ସେ NEET ପରୀକ୍ଷାରେ ହୋଇଥିବା ଘୋଟାଲାରେ ୨୪ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ଏବଂ ସେମାନଙ୍କ ପରିବାରର ଆଶାକୁ ଭାଙ୍ଗିଛନ୍ତି।
ସମାନ ପରୀକ୍ଷା କେନ୍ଦ୍ରର ୬ ଜଣ ଛାତ୍ର ସର୍ବାଧିକ ମାର୍କ ରଖିଛନ୍ତି। କେତେଜଣ ଏଭଳି ମାର୍କ ପାଇଛନ୍ତି ଯାହା ଟେକ୍ନିକାଲ ସମ୍ଭବ ନୁହେଁ, କିନ୍ତୁ ସରକାର ପ୍ରଶ୍ନପତ୍ର ଲିକ୍ ହେବାର ସମ୍ଭାବନାକୁ ଅସ଼୍ବୀକାର କରୁଥିବା ସେ ଏଥିରେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ଶିକ୍ଷା ମାଫିଆ ଏବଂ ସରକାରୀ ବିଭାଗର ମିଳିତ ଉଦ୍ୟମରେ ଏହି ପେପର ଲିକ୍ ହେଉଛି।