SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ଭାରତର ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥରପାଇଁ ଶପଥ ନେବେ ନରେନ୍ଦ୍ର ମୋଦି । ଏନେଇ ସରିଛି ସମସ୍ତ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ଶପଥ ପାଇଁ ସଜେଇ ହୋଇଛି ରାଷ୍ଟ୍ରପତି ଭବନ । ଆଜି ସନ୍ଧ୍ୟା ସାତଟାରେ ରାଷ୍ଟ୍ରପତି ଭବନ ପରିସରରେ ବିଶେଷ ସମାରୋହରେ ମୋଦି ଶପଥ ନେବା ସହ ନୂତନ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ନେବାର କା ର୍ଯ୍ୟକ୍ରମ ରହିଛି । ଏହି ବିଶେଷ ଉତ୍ସବରେ ଦେଶ ବିଦେଶରୁ ପ୍ରାୟ ୮ ହଜାର ଅତିଥି ଯୋଗ ଦେଇପାରନ୍ତି । । ଏନେଇ ଦିଲ୍ଲୀର ସୁରକ୍ଷା ବ୍ୟବସ୍ତାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେବା ସହ ସମସ୍ତ ପ୍ରକାର ଯଞ୍ଜ କରାଯାଉଥିବା ଜଣାପଡିଛି । ତେବେ ମୋଦିଙ୍କ ଏହି ଶପଥ ଗ୍ରହଣରେ ଶ୍ରୀଲଙ୍କା, ନେପାଳ, ବାଂଲାଦେଶ, ଭୁଟ୍ଟାନ ଆଦି ବିଭିନ୍ନ ପଡୋଶୀ ରାଷ୍ଟ୍ରମୁଖ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
ତେବେ ପ୍ରଧାନମନ୍ତ୍ରୀ ଭୈବରେ ଶପଥ ନେବାକୁ ମୋଦି ଆଜିର ଦିନକୁ ହାହିଁକି ଚୟନ କଲେ ସେ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ରରିବାରରେ ଏମିତି କଣ ରହିଛି ଯେଉଁଥିପାଇଁ ମୋଦି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପାଇଁ ଆଜିର ଦିନକୁ ଚୟନ କରିଛନ୍ତି । ତେବେ ଏକ ମିଡିଆ ରିପୋର୍ଟରୁ ଜଣାପଡିଛି ଯେ ଏନଡିଏ ମେଣ୍ଟର ନେତା ନରେନ୍ଦ୍ରମୋଦି ପ୍ରଭୁ ଶ୍ରୀରାମଙ୍କୁ ଖୁବ୍ ବିଶ୍ୱାସ କରିଥାନ୍ତି । ସେଥିପାଇଁ ସେ ଆଜିର ଦିନକୁ ଶପଥ ନେବା ପାଇଁ ବାଛିଛନ୍ତି । କାରଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚଳିତ ବର୍ଷ ଜୁନ୍ ୯ ତାରିଖରେ ଅତ୍ୟନ୍ତ ଶୁଭ ଯୋଗ ରହିଛି । ଏହା ହେଉଛି ଜ୍ୟେଷ୍ଠ ମାସ ତୃତୀୟା ତିଥି । ରବିବାର ହେଉଛି ସୂର୍ଯ୍ୟ ଦେବତାଙ୍କ ଦିନ । ଗ୍ରହମାନଙ୍କ ମଧ୍ୟରେ ସେ ହେଉଛନ୍ତି ରାଜା ଏବଂ ତାଙ୍କୁ ଶାସନ କାରକ ଭାବେ ବିବେଚିତ କରାଯାଇଛି ।
ଅପରପକ୍ଷରେ ଅଙ୍କ ଜ୍ୟୋତିଷ ଅନୁଯାୟୀ ଅଙ୍କ ୯ ମଙ୍ଗଳ ଗ୍ରହର ପ୍ରତିନିଧିତ୍ୱ କରିଥାଏ ଏବଂ ମଙ୍ଗଳ ହେଉଛି ଉର୍ଜ୍ଜାର କାରକ । ସୂର୍ୟ୍ୟ ଏବଂ ମଙ୍ଗଳ ମିଶ୍ରଣ ଦିନରେ ସରକାର ଗଠନ ହେଲେ ଏହା ନିଶ୍ଚିତ ଦେଶ ତଥା ବିଶ୍ୱରେ ସଫଳତା ହାସଲ କରିବ । ଏହା ପଛରେ ଏକ ପୌରାଣିକ କାରଣ ମଧ୍ୟ ରହିଛି । ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ପୁନର୍ବସୁ ନକ୍ଷତ୍ରରେ ହୋଇଥିଲା । କୁହାଯାଏ ଯେଉଁମାନଙ୍କ ଜନ୍ମ ପୁନର୍ବସୁ ନକ୍ଷତ୍ରରେ ହୋଇଥାଏ ସେମାନେ ଅନ୍ୟର ସେବା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀ ରାମଙ୍କ ବଡ଼ ଭକ୍ତ ତେଣୁ ଆଜି ପୁନର୍ବସୁ ନକ୍ଷତ୍ର ଦିନ ସେ ଶପଥ ପାଠ ପାଇଁ ଚୟନ କରିଛନ୍ତି ।