SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷର ଜେଇଇ ଆଡଭାନ୍ସଡ ପରିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଇଆଇଟି ମାଦ୍ରାସ ଏହି ରେଜଲ୍ଟ ଜାରି କରିଛି । ତେବେ ପରିକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ jee.adv.ac.in ରେ ଯାଇ ଦେଖିପାରିବେ । ତେବେ ଏହି ଜେଇଇ ପରିକ୍ଷାରେ ୩୬୦ ନମ୍ବରରୁ ୩୫୫ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ବେଦ ହୋହିତ ଟପ୍ପର ହୋଇଛନ୍ତି । ସେହିପରି ୩୩୨ ନମ୍ବର ସହ ଦ୍ୱିଜା ଡି ପଟେଲ ମହିଳାଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ଆସନ୍ତା କାଲିଠାରୁ କାଉନସେଲିଂ ଷ୍ଟାର୍ଟ ହେବାକୁ ଥିବା ବେଳେ ଜେଇଇ ଆଡ଼ଭାନ୍ସଡ ରେଜଲ୍ଟ ଲିଙ୍କ ୨୦୨୪ ରୁ ସ୍କୋର କାର୍ଡ ମଧ୍ୟ ଡାଉନଲୋକଡ କରିପାରିବେ ।
ଏହା ବ୍ୟତୀତ IIT JEE ଟପ୍ପର ତାଲିକା ୨୦୨୪, IIT JEE ମାର୍କ ସହିତ ପ୍ରତ୍ୟେକ ସୂଚନା ଏହି ଓ୍ୱେବସାଇଡରେ ଉପଲବ୍ଧ ହେବ । ଚଳିତ ବର୍ଷ ରେଜଲ୍ଟରେ ବାଜି ମାରିଛନ୍ତି ପୁଅ । ଟପ୍ ୧୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଜଣେ ହିଁ ଝିଅ ସ୍ଥାନ ପାଇଛି । IIT ବମ୍ବେ ଜୋନର ଦ୍ୱିଜା ଡି ପଟେଲ ରାଙ୍କ-୭ରେ ରହିଛନ୍ତି। ତେବେ ଚଳିତ ବର୍ଷ ଜେଇଇ ପରିକ୍ଷା ଦେଇଥିବା ୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୬୪ ଜଣ ଛାତ୍ରୀ ଅଛନ୍ତି।