SunstarTV
ବିଜେଡି ନେତା ତଥା କିସ୍ ଏବଂ କିଟ୍ ପ୍ରତିଷ୍ଠାତା ଅଚ୍ୟୁତାନନ୍ଦ ସାମନ୍ତ ରାଜନୀତିରୁ ସନ୍ୟାସ ନେଇଛନ୍ତି । ପ୍ରତ୍ୟକ୍ଷ ରାଜନୀତିରୁ ବିଜୁ ଜନତା ଦଳର ଅନ୍ୟତମ ନେତା ତଥା କନ୍ଧମାଳ ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଅବସର ଘୋଷଣା କରିଛନ୍ତି। ଆଜି ଏ ନେଇ ଅଚ୍ୟୁତ ସାମନ୍ତ ଘୋଷଣା କରିବା ସହ ଜୁନ୍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି।
ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।
ଆସନ୍ତା କାଲି ମଧ୍ୟ ସାମନ୍ତ ତାଙ୍କର ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଏହା ପରେ ସେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ।
ସୂଚନା ମୁତାବକ ୨୦୧୮ ମସିହା ୭ ମାର୍ଚ୍ଚରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ସେ ୪ ଅପ୍ରେଲ ୨୦୧୮ରେ ସେ ରାଜ୍ୟସଭା ଯାଇଥିଲେ । ୨୦୧୯ ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକସଭା ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିଲେ । କିନ୍ତୁ ଚଳିତ ବର୍ଷ ତାଙ୍କୁ ପରାଜୟ ଦେଖିବାକୁ ପଡିଥିଲା । ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଆଗଭଳି ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଏହି ଅବସରରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି।