SUNSTARTV
ସନଷ୍ଟରଟିଭି ବ୍ୟୁରୋ: ଆସନ୍ତା ୧୭ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି । ଯାହାକୁ ନେଇ ଅଭିଭାବକଙ୍କ ଠାରୁ ଆରମ୍ଭ କରି ଶକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଖୁସିଥିବା ଜଣାପଡିଛି । ତେବେ ବିଦ୍ୟାଳୟ ଖୋଲିବାର ଏକ ସପ୍ତାହ ପୂର୍ବରୁ କରାଯିବ ସମସ୍ତ ପ୍ରସ୍ତୂତି । ବିଦ୍ୟାଳୟର ଶୌଚାଳୟ ଠାରୁ ଆରମ୍ବ କରି ଶ୍ରେଣୀ ଗୃହ ବିଦ୍ୟାଳୟ ପରିସର ସବୁକିଛିକୁ ପରିଷ୍କାର କରାଯିବ । ଏନେଇ ବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସ୍କୁଲ ଖୋଲିବାର ଗୋଟିଏ ଦିନ ଆଗରୁ ପାଚିକା ଏବଂ ସହାୟିକାଙ୍କୁ ସ୍କୁଲ ଆସିବା ନେଇ କୁହାଯିବା ସହ ସମସ୍ତ ଜିନିଷକୁ ମଧ୍ୟ ଯାଞ୍ଚ କରିବାକୁ ମିଳିଛି ନିଦ୍ଦେର୍ଶ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଘିକାରୀଙ୍କୁ ନେଇ ଏକ ବୈଠକ ହଇଥିଲା । ଯେଉଁଥିରେ ଏପରି ନିର୍ଦ୍ଦେଶ ଦିଆଯାଇଛି ।
ତେବେ ରାଜ୍ୟରେ ଚଳିତ ଥର ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା । ଫଳରେ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଦ୍ୟାଳୟକୁ ଆଗୁଆ ଛୁଟି କରାଯାଇଥିଲା । ତେବେ ସ୍କୁଲ ଖୋଲିବା ପୂର୍ବରୁ ଅର୍ଥାତ୍ ଜୁନ ୧୭ ତାରିଖ ମଧ୍ୟରେ ସ୍କୁଲର ପରିସର ଏବଂ ସେଠାରେ ଥିବା ସମସ୍ତ ଉପକରଣର ଯତ୍ନ ନେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଗଣଶିକ୍ଷା ବିଭାଗର ନିଦ୍ଦେର୍ଶରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ସମସ୍ତ ବିଦ୍ୟାଳୟକକୁ ଏନେଇ ଚିଠି କରାଯାଇଛି ।