SunstarTV
ନିର୍ବାଚନ ଫଳାଫଳ ପରେ ପ୍ରଥମ ଥର ପାଇଁ ଜାତୀୟ ଗଣମାଧ୍ୟମଙ୍କୁ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରତିକ୍ରିୟା ଦେଇ ନବୀନ ସେ କହିଛନ୍ତି, ସାଢ଼େ ଚାରିକୋଟି ମୋ ପରିବାର । ଓଡ଼ିଶାବାସୀଙ୍କ ସେବା ହେଉଛି ମୋର ପ୍ରଥମ କର୍ତ୍ତବ୍ୟ। ବାରମ୍ବାର ମୋ ଉପରେ ଭରସା କରିଥିବାରୁ ମୁଁ କୃତଜ୍ଞ। ଗଣତନ୍ତ୍ରରେ ବିଜୟ ପରାଜୟ ଲାଗି ରହିଥାଏ ଆମେ ଫଳାଫଳକୁ ସ୍ୱୀକାର କରୁଛୁ ଆଗକୁ ମଧ୍ୟ ଓଡ଼ିଶାବାସୀଙ୍କ ପାଇଁ କାର୍ଯ୍ୟ କରିଚାଲିବୁ ବୋଲି ପ୍ରକାଶ କରିଛନ୍ତି ।
ସ୍ୱାସ୍ଥ୍ୟ କଥାରେ ନବୀନ କହିଛନ୍ତି ମୁଁ ଏକ ଦମ ସୁସ୍ଥ ଅଛି ମୋ ସ୍ୱାସ୍ଥ୍ୟକୁ ଅପପ୍ରଚାର କରାଯାଇଥିଲା କିନ୍ତୁ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଭାବେ ନିର୍ବାଚନ ପ୍ରଚାର କରୁଥିଲି ।
ବିଜେଡ଼ିକୁ ମିଳିିଥିବା ଜନାଦେଶ ପାଇଁ ରାଜ୍ୟବାସୀଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି। ବାରମ୍ବାର ମୋତେ ମୁଖ୍ୟମନ୍ତ୍ରୀ ବାଛିଥିବାରୁ ଧନ୍ୟବାଦ୍ ଜଣାଇଛନ୍ତି। ଏହା ସହିତ ନବୀନ କହିଛନ୍ତି କାର୍ତ୍ତିକ ପାଣ୍ଡିଆନକୁ ନେଇ ଯେଉଁ ସମାଲୋଚନା ଦୁର୍ଭାଗ୍ୟଜନକ । ସେ ଜଣେ ନିଷ୍ଠାପର ବ୍ୟକ୍ତି । ତାଙ୍କୁ ନେଇ ଏଭଳି ଆଲୋଚନା କରିବା ଠିକ ନୁହେଁ । ଆଗକୁ ମଧ୍ୟ ଓଡ଼ିଶାବାସୀଙ୍କ ସେବା ଜାରି ରଖିବି ବୋଲି ନବୀନ କହିଛନ୍ତି। କେବଳ ଏତିକି ନୁହେଁ ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହଁନ୍ତି ବୋଲି ମଧ୍ୟ ଦୃଢ଼ ଉକ୍ତି ବାଢିଛନ୍ତି ନବୀନ । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ବାଛିବେ ବୋଲି ବିଜେଡି ସଭାପତି ସୂଚନା ଦେଇ କହିଛନ୍ତି।