Sunstar Tv
Monsoon in Odisha: ଓଡ଼ିଶା ଛୁଇଁଛି ମୌସୁମୀ । ଆକଳନର ୪ ଦିନ ପୂର୍ବରୁ ଦକ୍ଷିଣ ଓଡ଼ିଶା ଛୁଇଁଛି ମୌସୁମୀ । ଆଜି ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମୀ ସକ୍ରିୟ ଥିବା ଜଣାପଡିଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ । ମୌସୁମୀ ବାୟୁ ପ୍ରଭାବରେ ଆଜି ମାଲକାନଗିରିରେ ଆରମ୍ଭ ହୋଇଛି ବର୍ଷା ।
ମୌସୁମୀର ଆଗମନ ଫଳରେ ରାଜ୍ୟରେ ଜାରି ରହିଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ମିଳିବ । ଚଳିତ ବର୍ଷ ଦେଶରେ ଭଲ ମୌସୁମୀ ବର୍ଷା ହେବ ବୋଲି ମଧ୍ୟ ପାଣିପାଗ ବିଭାଗ ଆକଳନ କରିଛି ।
ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିସାରିଛି ମୌସୁମୀ ବାୟୁ । ମାଲକାନଗିରିର ଅଧିକାଂଶ ଅଞ୍ଚଳରେ ମୌସୁମି ସକ୍ରିୟ ରହିୀଛି । କିନ୍ତୁ ମାଲକାନଗିରିରୁ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ନାହିଁ । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ମୌମୁମୀ ପ୍ରଭାବରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରରେ ରାଜ୍ୟରେ ମୟୂରଭଞ୍ଜର କପ୍ତିକଦାରେ ୫୭ ମିମି ବର୍ଷା ରେକର୍ଡ ହୋଇଛି ।
ଚାନ୍ଦୁଆରେ ବି ୩୭ ମିମି ବର୍ଷା ରେକର୍ଡ କରାଯାଇଛି । ଏହାଛଡ଼ା ରାୟଗଡ଼ାର କାଶୀପୁର, ଯାଜପୁରର କୋରେଇ ୨୯ ମିମି ବର୍ଷା ରେକର୍ଡ କରାଯାଇଛି ।
ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକର ପ୍ରଭାବ ନାହିଁ । ତେବେ ପଡ଼ୋଶୀ ରାଜ୍ୟର ପାଣିପାଗ ନିୟାମକ ଯୋଗୁଁ ରାଜ୍ୟରେ ମଧ୍ୟ ଏହାର ଆଂଶିକ ପ୍ରଭାବ ପଡ଼ିଛି । ଫଳରେ ଆଜି ୨୫ଟି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଦକ୍ଷିଣ ଓଡ଼ିଶା, ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ସମସ୍ତ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କେବଳ ପଶ୍ଚିମ ଓଡ଼ିଶାର ୫ ଜିଲ୍ଲାକୁ ଛାଡ଼ିଦେଲେ ବାକି ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
ପଶ୍ଚିମ ଓଡ଼ିଶାର ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଅନୁଗୁଳରେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହି ସବୁ ଜିଲ୍ଲାରେ ବର୍ଷା ନେଇ କୌଣସି ସମ୍ଭାବନା ନଥିବା Xରେ ଟୁଇଟ୍ କରି ସୂଚନା ଦିଆଯାଇଛି ।
ଏହାପରେ ଜୁନ୍ ୯ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଖୁବଶୀଘ୍ର ପ୍ରାକ୍ ମୌସୁମୀ ବର୍ଷାରେ ଭିଜିବେ ରାଜ୍ୟବାସୀ ।