SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ଦୋହଲି ଯାଇଛି ରାଜ୍ୟ ରାଜନୀତି । ଓଡିଶାରେ ଭାଙ୍ଗିଛି ୨୪ ବର୍ଷର ଶାସନ । ବିଜେଡି ହାରିବା ପରେ ଓଡିଶାରେ ଆରମ୍ଭ ହେଉଛି ବିଜେପି ସରକାର । ଯାହାକୁ ନେଇ ଏବେବି ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି । ତେବେ ଏହାରି ଭିତରେ ରାଜ୍ୟ ରାଜନୀତିକୁ ନେଇ ଆସିଛି ଏକ ବଡ ଖବର । ଓଟିଡିସି ଅଧ୍ୟକ ପଦରୁ ଇସ୍ତଫା ଦେଇଛନ୍ତି ଲେନିନ୍ ମହାନ୍ତି ।
ମିିଳିଥିବା ସୂଚନା ଅନୁଯାୟୀ, ଲେନିନ୍ ମହାନ୍ତ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ସେ ଗମ ୨୦୨୨ ମସିହା ଅକ୍ଟୋବର ମାସରୁ ଓଡିଶା ପ ର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏଥିସହିତ ସେ ବିଜୁ ଜନତା ଦଳର ମୁଖପାତ୍ର ମଧ୍ୟ ଅଚନ୍ତି । ତେବେ ଜୁନ୍ ୪ ତାରିଖରେ ରାଜ୍ୟରେ ସରକାର ପରିବର୍ତ୍ତନ ହେବା ପରେ ଲେନିନ୍ ଓଟିଡିସି ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି।
ତେବେ ଇସ୍ତଫା ଦେବା ପରେ ଲେନିନ୍ ନିଜର ପ୍ରତିକ୍ରିୟା ରଖିଥିଲେ । ସରକାର ପରିବର୍ତ୍ତନ ହେବା ଏକ ସାଧାରଣ ପ୍ରକ୍ରିୟା । ୪୦ ବର୍ଷର ପେଣ୍ଡିଂ କାମକୁ ସେ ତାଙ୍କର କାର୍ଯ୍ୟକାଳରେ ଶେଷ କରିବାକୁ ପ୍ରୟାସ କରିଥିଲେ । ତାଙ୍କର ନେତା ନବୀନ ପଟ୍ଟନାୟକ ସହ ରହି ସେ ଆଗାମୀ ଦିନରେ ଓଡ଼ିଶାର ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ ।