Sunstar TV
ଉତ୍ତରାଧିକାରୀକୁ ନେଇ ଯେଉଁ ଚର୍ଚା ହେଇଥିଲା କିଛି ଦିନ ତଳେ ନବୀନ ସେଥିରେ ଦେଇଥିଲେ ପୂର୍ଣ୍ଣଛେଦ । ବିଜେଡି ଦୁର୍ଗ ଏଭଳି ଧୂଳିସାତ ହେବା ପରେ ଓଡ଼ିଶାରେ ପହଂଚିଛନ୍ତି ଅରୁଣ ପଟ୍ଟନାୟକ । ତେବେ ଗୃହର ଉତ୍ତରାଧିକାରୀ କଣ ହେବେ କି ଦଳର ଭବିଷ୍ୟତ ସୁପ୍ରିମୋ ।ଏନେଇ ବିଭିନ୍ନ ରାଜନୀତିକ ମହଲରେ ଚର୍ଚା ହେଲାଣି । ନବୀନଙ୍କ ଆତ୍ମଘୋଷିତ ଉତ୍ତରାଧିକାରୀ ଭି କେ ପାଣ୍ଡିଆନ ଦିଲ୍ଲୀ ଯାଇଥିବା ସୂଚନା ମିଳିଥିବା ବେଳେ ପୁଣି ଶୁକ୍ରବାର ସନ୍ଧ୍ୟାରେ ଭୁବନେଶ୍ୱର ପହଂଚିଛନ୍ତି ଓ ତାଙ୍କ ସହ ଆସିଛନ୍ତି ନବୀନ ଙ୍କ ପୁତୁରା ଅରୁଣ ପଟ୍ଟନାୟକ । କିଛି ଜଣ କହୁଛନ୍ତି ନବୀନଙ୍କୁ ସାନ୍ତ୍ୱନା ଦେବା ପାଇଁ ଆସିଛନ୍ତି ସେ ।ଆଉ କିଛି ଜଣଙ୍କ ମତରେ ଦଳର ମଙ୍ଗୁଆଳ ହୋଇପାରନ୍ତି ଅରୁଣ ପଟ୍ଟନାୟକ । ତେବେ ପ୍ରକୃତ ଘଟଣାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଅଚାନକ ଅରୁଣଙ୍କ ଭୁବନେଶ୍ୱର ଆସିବା ବିଭିନ୍ନ ରାଜନୈତିକ ମହଲରେ ନୂତନ ଆଲୋଡନ ସୃଷ୍ଟି କରିଛି । ବିମାନ ବନ୍ଦରରୁ ଭିକେ ପାଣ୍ଡିଆନ ଓ ଅରୁଣ ଙ୍କୁ ରିସିଭ କରିବା ପାଇଁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯାଇଥିବାବେଳେ ତିନି ଜଣ ସିଧାସଳଖ ନବୀନ ନିବାସରେ ଏକାଠି ପ୍ରବେଶ କରିଥିଲେ । କିନ୍ତୁ କିଛି ସମୟ ରହି ବବି ଓ କାର୍ତ୍ତିକ ନିଜ ଘରକୁ ଫେରିଯାଇଥିବାବେଳେ ନବୀନ ନିବାସରେ ଅରୁଣ ପଟ୍ଟନାୟକ ରହିଥିବା ସୂଚନା ମିଳିଛି । ବିଜେଡିର ଏହି ନିର୍ବାଚନୀ ବିପର୍ଯ୍ୟୟ ପରେ ନବୀନ ସିଧାସଳଖ ଦଳର ଅନ୍ୟ କର୍ମୀ ମାନଙ୍କୁ ଭେଟିଥିଲେ । ଏଭଳି ସ୍ଥିତିରେ ଅରୁଣ ୨-୩ଦିନ ଭୁବନେଶ୍ୱର ରେ ରହି ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । କିନ୍ତୁ ସୂଚନା ଯୋଗ୍ୟ ଯେ ପୂର୍ବରୁ ରାଜନୀତିରେ ସାମିଲ ହେବା ନେଇ ଅରୁଣ ପଟ୍ଟନାୟକ ରୋକ ଠୋକ ମନା କରିଦେଇଥିଲେ । ହେଲେ ଏବେ ର ପରିସ୍ଥିତି କିଛି ଅଲଗା ଦୃଶ୍ୟମାନ ହେଉଛି ରାଜନୀତିର ପଶାପାଲି ଫାରେ ଏବେ କେଉଁ ଗୋଟି ଚଳାଇବେ ନବୀନ ତାହାକି ନେଇ ରାଜନୀତି ଆହୁରି ଉଷ୍ମତା ବଢିଛି ।