SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ରାଜ୍ୟ ରାଜନୀତିରରେ ଏକ ଯୁଗର ଅନ୍ତ ହୋଇଛି । ୨୪ ବର୍ଷ୍ର ଶାସକ ଦଳ ଏବେ ବିରୋଧୀ ଦଳର ପରିଚୟ ପାଇଛି । ତେବେ ଏହାରି ଭିତରେ ରାଜ୍ୟରାଜନୀତିକୁ ନେଇ ଆସିଛି ବଡ ଖବର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି । ସେ ଦିଲ୍ଲା କାର୍ଯ୍ୟାଳୟକୁ ଯାଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିବା ଜଣାପଡିଛି ।
ତେବେ ବିଜେଡିର ପୂର୍ବତନ ସାଂସଦ ତଥା ବିଜେଡି ବରିଷ୍ଠ ପ୍ରସନ୍ନ ଚଳିତ ନିର୍ବାଚନରେ ବିଜେଡିର ଆଶାୟୀ ପ୍ରାର୍ଥୀ ଥିଲେ । କିନ୍ତୁ ଚଳିତ ଥର ବିଜୁ ଜନତା ଦଳ ତାଙ୍କୁ ଟିକେଟ ଦେଇ ନଥିଲା । ଫଳରେ ସେବେଠାରୁ ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା । ଏଥିସହିତ ପ୍ରସନ୍ନ ଦିଲ୍ଲୀ ଗସ୍ତ ମଧ୍ୟ ଏହି ଚର୍ଚ୍ଚାକୁ ଅଧିକ ସକ୍ରୀୟ କରିଥିଲା । ଯାହା ଉପରେ ସବୁଦିନ ପାଇଁ ବିରାମ ଲଗାଇଛନ୍ତି ବିଜେଡିର ପୂର୍ବତରନ ସାଂସଦ ତଥା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ସେ ବିଜେଡି ଛାଡି ବିଜେପି ଶିବିରରେ ଯୋଗ ଦେଇଛନ୍ତି । ତେବେ ଓଡିଶାରେ ବିଜେପି ସରକାର କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ବିଜେଡି ଛାଡିଛନ୍ତି ପ୍ରସନ୍ନ ଏବଂ ବିଜେପିରେ ସାମିଲ ହୋଇଛନ୍ତି ।