SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଉ ଦୁଇ ତିନି ଦିନ ପରେ ଓଡିଶାରେ ପ୍ରବେଶ କରିବ ମୌସୁମୀବାୟୁ ।ଏନେଇ ପାଗ ଅନୁକୂଳ ରହିଥିବା ବେଳେ ମୌସୁମୀର ପ୍ରଭାବ ଆଜିଠାରୁ ଦେଖିବାକୁ ମିଳିଲାଣି । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଓ ବର୍ଷା ସମ୍ଭାବନା ରହିଛି । ଏନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ତିନିଘଣ୍ଟା ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡଘଡି ଏବଂ ପବନ ହେବାର ସମ୍ଭାବନା ରହିଛି ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ,ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଯାଜପୁର ଏବଂ କଟକରେ ବଜ୍ରପାତ ଓ ବର୍ଷା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏଥି ପାଇଁ ଏହି ୬ ଜିଲ୍ଲା ପାଇଁ ଅରେଞ୍ଚ ୱାର୍ଣ୍ଣିଂ ଜାରି କରାଯିବା ସହ ଲୋକମାନଙ୍କୁ ସତର୍କ କରାଇ ଦିଆଯାଇଛି।
ଅନ୍ୟପଟେ ଏହି ସମୟରେ ଅର୍ଥାତ ଏହି ୩ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କନ୍ଧମାଳ, ବୋଦ୍ଧ,ବଲାଙ୍ଗୀର, ନୟାଗଡ, କେନ୍ଦୁଝର, ଗଜପତି, ନୂଆପଡା ଓ ଅନୁଗୁଳ ଜିଲ୍ଲାରେ କିଛି ସ୍ଥାନରେ ମଧ୍ୟ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ସହ ବାହାରେଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। କିନ୍ତୁ ଏହି ବଜ୍ରପାତରେ ରାଜ୍ୟର ବିଭିନ୍ନ ସ୍ଥାନରେ ୩ଜଣ ଙ୍କ ମୃତ୍ୟୁ ହୋଇଛି । ସେହିପରି ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି ।