SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ଆଉ ଦେଖା ଯାଉ ନାହାନ୍ତି ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଯିଏ ନବୀନଙ୍କ ପଛରେ ଛାଇ ପରି ରହୁଥିଲେ ବର୍ତ୍ତମାନ ତାଙ୍କ ଛାଇ ବି କେଉଁ ଠି ଦେଖାଯାଉ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏପରି କି ବିରୋଧୀ ନେତାଙ୍କ ସହ କିଛି ଜନତା ମଧ୍ୟ କହୁଛନ୍ତି ଯେ କାର୍ତ୍ତିକ ବୋଧ ହୁଏ ସନ୍ୟାସ ନେଇଗଲେ । କାରଣ ସେ ନିର୍ବାଚନ ପ୍ରଚାର ସମୟରେ ଦମ୍ଭୋକ୍ତି ପ୍ରାକାଶ କରି କହିଥିଲେ ଯେ ଯଦି ଜୁନ୍ ୯ ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ ନ କରନ୍ତି ତାହାଲେ ସେ ରାଜନୀତିରୁ ସନ୍ୟାସ ନେବେ । ଚଳିତ ନିର୍ବାଚନରେ ବିଜେଡି ହାରିବା ପରେ ବୋଧହୁଏ ଏପରି କିଛି କରିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ବର୍ତ୍ତମାନ ପାଣ୍ଡିଆନ ଦିଲ୍ଲୀ ପଳାଇଯାଇଥିବା ମଧ୍ୟ ଶୁଣିବାକୁ ମିଳୁଛି । ଏଥିସହିତ କିଛି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯାହାକୁ ନେଇ ସ୍ପଷ୍ଟିକରଣ ରଖିଛି ବିଜେଡି ।
ବଜୁ ଜନତା ଦଳର ମୁଖପାତ୍ର ସସ୍ମିତ ପାତ୍ର ଏନେଇ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ କାର୍ତ୍ତିକ ପାଣ୍ଡିଆନ କେଉଁଆଡେ ପଳାଇଯାଇ ନାହାନ୍ତି । ବରଂ ସେ ନବୀନଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଗସ୍ତ କରିଛନ୍ତି । କିନ୍ତୁ କିଛି ନିଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି । ଏହି ମନ୍ତବ୍ୟସବୁକୁ କ୍ଷାନ୍ତ କରନ୍ତୁ । କେଉଁ ନେତା କୁଆଡେ ଗଲେ ଗଣମାଧ୍ୟମକୁ ଖବର ଦେଇ ଯିବାର କୌଣସି ପ୍ରାବଧାନ ନାହିଁ । ତେଣୁ ଦୟାକରି ଏପରି ଖବର ପ୍ରସାରଣରୁ ବିରତ ରହୁନ୍ତୁ । ତେବେ ଦଳର ଏପରି ବିପର୍ଯ୍ୟୟ ସମୟରେ କାହିଁକି ନବୀନଙ୍କ ସହ ନାହାନ୍ତି ପାଣ୍ଡିଆନ୍ ପ୍ରଶ୍ନର ଉତ୍ତରରେ ସସ୍ମିତ କିଛି କହିନଥିଲେ। କେବଳ ବିବୃତ୍ତି ପଢ଼ି ଉଠି ପଳାଇଯାଇଥିଲେ।ଯହାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।