SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଓଡିଶାରେ ଭାଙ୍ଗିଛି ବିଜେଡି ସରକାର । ୨୪ ବର୍ଷରର ଶାସନ ଉପରେ ପଡିଛି ପୂର୍ଣ୍ଣଚ୍ଛେଦ ଏବଂ ଶେଷ ହୋଇଛି ନବୀନ ଯୁଗ । ତେବେ ଚଳିତ ନିର୍ବାଚନରେ ବିଜେଡି ଲୋକସଭା ଆସନରେ ନିଜ ଖାତା ଖୋଲି ନଥିବା ବେଳେ ବିଧାନସଭାରେ ମାତ୍ର ୫୧ଟି ସିଟ୍ ପାଇ ନିଜକୁ ସନ୍ତୁଷ୍ଟ କରିଛି । ତେବେ ବିଜୁ ଜନତା ଦଳ ଓଡିଶାରେ ରହିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ତେବେ ଓଡିଶାରେ ବିଜେଡି ହାରିବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତିି । ସେ ସମସ୍ତ ବିଧାୟକ ଏବଂ ସାଂସଦ ପ୍ରାର୍ଥୀଙ୍କୁ ନବୀନ ନିବାସକୁ ଡାକିଥିବା ଦେଖିବାକୁ ମିଳିିଛି । ବର୍ଷାଙ୍କ ଠାରୁ ଆରମ୍ଭ କରି କୌଶଲ୍ୟା ହିକକା ମନ୍ମଥ ରାଉତଙ୍କ ଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ ସମସ୍ତଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଛି । ନୀବନ ସମସ୍ତ ପରାଜୟ ପ୍ରାର୍ଥୀଙ୍କୁ ଗୋଟି ଗୋଟି କରି ହାରିବାର କାରଣ କଣ ବୋଲି ପଚାରୁଥିବା ଜଣାପଡିଛି । ଟିକେ ଭଲ ଭାବରେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ କେମିତି ସମସ୍ତ ପରାଜୟ ପ୍ରାର୍ଥୀମାନେ ନବୀନଙ୍କ ନିକଟରେ ହାତ ଯୋଡିଛନ୍ତି ଏବଂ ହାରିବାର କାରଣ ଦର୍ଶାଉଛନ୍ତି । ତେବେ ଓଡିଶାରେ ବିଜେଡି ସରକାର ଭାଙ୍ଗିବା ପରେ ଆଗକୁ କଣ ରଣନୀତି ପ୍ରସ୍ତୁତ କରାଯିବ ସେ ନେଇ ଆରମ୍ଭ ହୋଇଛି ପ୍ରୟାସ ।
ଏହି ସମୀକ୍ଷା ବୈଠକରେ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଦଳର ଆଗାମୀ ରଣନୀତି ସମ୍ପର୍କରେ ସଭାପତିଙ୍କ ସହ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି । ଏଥିସହିତ କେଉଁ କାରଣ ପଇଁ ଓଡିଶାରେ ବିଜେଡି ହାରିଛି ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ଶୁଣିବାକୁ ମିଳିଛି । ତେବେ ଏହି ବୈଠକ ପରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ଦଳ ନବୀନ ବାବୁଙ୍କ ନିଦ୍ଦେଶରେ ରହି କାମ କରେ । କେବେ ବି ନବୀନ ବାବୁଙ୍କ ଛଡା ଦଳରେ ଆଉ କେହି ଲିଡ୍ କରି ନାହାନ୍ତି । ସେ ସର୍ବଦା ସର୍ବୋଚ୍ଚରେ ଥିଲେ ଏବଂ ସବୁଦିନ ପାଇଁ ରହିବେ ମଧ୍ୟ । ତେବେ ନୀବନଙ୍କ ଏହି ସମୀକ୍ଷା ବୈଠକରେ ବିଜେଡିର ଅନେକ ନେତା ସାମିଲ ଥିବା ଜଣାପଡିଛି ।