SunstarTV
ଏନଡିଏ ସଂସଦୀୟ ଦଳ ବୈଠକରେ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ।ବହୁ ମତ ହାସଲ କରିବା ସହିତ ନରେନ୍ଦ୍ର ମୋଦୀଙ୍କୁ ଏନଡିଏର ନେତା ଭାବେ ନିର୍ବାଚିତ କରାଯାଇଛି । ସଚୂନା ମୁତାବକ ଶୁକ୍ରବାର ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ଏହି ବୈଠକରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଏବଂ ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ଏଠାରେ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିବା ବେଳେ ବିଜେପି ସାଂସଦ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ। ଯାହାକି ସର୍ବସମ୍ମତି କ୍ରମେ ପାସ୍ ହୋଇଛି। ଆଜିର ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ସମସ୍ତ ଦଳର ନେତା ମଧ୍ୟ ସାମିଲ ହୋଇଥିଲେ।