SunstarTV
କଂଗ୍ରେସ ନେତା ଏସ୍ଏଚ୍ ମାନସ ଚୌଧୁରୀଙ୍କୁ ବଡ଼ ଝଟକା। ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି। ଏନେଇ ଏଆଇସିସି ପକ୍ଷରୁ ସୂଚନା ମିଳିଛି। ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ତେବେ କେଉଁ କାରଣରୁ ତାଙ୍କ ଉପରେ ଏଭଳି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଗଲା ତାହା ସ୍ପଷ୍ଟ ହୋଇ ନାହିଁ । ଏହାକୁ ନେଇ ମାନସ ଚୌଧୁରୀ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ପିସିସି ଶରତ ପଟ୍ଟନାୟକ ଏକ ପ୍ରେସ ରିଲିଜ ମାଧ୍ୟମରେ ଏହା ନେଇ ସୂଚନା ଦେଇଛନ୍ତି ।
ତେବେ ନିର୍ବାଚନ ଠାରୁ ଆରମ୍ଭ କରି କଟକର ବିକାଶ ପାଇଁ ତାଙ୍କୁ ଅନେକ ଗୁରୁତ୍ବପୂର୍ଣ୍ଣ ଦାୟୀତ୍ବ ମିଳିଥିବା ବେଳେ ଅନେକ ସମୟରେ ସେ ସ୍ବର ଉଠାଇଛନ୍ତି । କିନ୍ତୁ ନିର୍ବାଚନ ପରେ ପରେ କାହିଁକି କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଛି ତାହାକୁ ନେଇ ଚର୍ଚ୍ଚାର ଜୋର ଧରିଛି ।