Sunstar TV :
ପ୍ରକାଶ ପାଇସାରିଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳାଫଳରେ ବିଜେପି ଦେଶର ସର୍ବ ବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ସେହପିରି ଇଣ୍ଡିଆ ମେଣ୍ଟ ମଧ୍ୟ ଅତି ଚମତ୍କାର ପ୍ରଦର୍ଶନ କରିଛି । ତେବେ ଏହାରି ଭିତରେ କେନ୍ଦ୍ରରେ କିଏ ସରକାର ଗଢିବ ଚର୍ଚ୍ଚା ଚାଲିଥିବାବେଳେ ଲୋକ ସଭାରେ ବିରୋଧୀ ନେତା କିଏ ସେନେଇ ଚର୍ଚ୍ଚା ଉଠିଛି । ଏହାରି ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଇଣ୍ଡିଆ ମେଣ୍ଟ ଲୋକ ସଭାରେ କଂଗ୍ରେସ ନେତା ବିରୋଧୀ ଦଳ ନେତା କରିପାରେ ବୋଲି କୁହାଯାଉଛି । ଚର୍ଚ୍ଚା ହେଉଛି କି, କଂଗ୍ରେସର ଭିତର ମାହୋଲରେ ଆଲୋଚନା ହେଉଛି କି, ରାହୁଲଙ୍କୁ ସଂସଦରେ ବିରୋଧୀ ଦଳର ନେତା ଭାବେ ଦାୟିତ୍ୱ ଦିଆଯାଉ । ଆଉ ବହୁତ ଶୀଘ୍ର ଏନେଇ ନିଷ୍ପତ୍ତି ବି ନିଆଯିବ ବୋଲି କୁହାଯାଉଛି । ଲୋକସଭାରେ କଂଗ୍ରେସର ନେତା ଖୁବ ଶୀଘ୍ର କଂଗ୍ରେସ ସଂସଦୀୟ ଦଳ ବୈଠକରେ ଦାବି କରିଛନ୍ତି । ମାଣିକାମ ଟାଗୋର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମୁଁ ମୋର ନେତା ରାହୁଲ ଗାନ୍ଧୀଙ୍କ ନାମରେ ମୋହର ମାରିଛି । ଏଭଳି ପରିସ୍ଥିତିରେ ମୋର ବିଶ୍ୱାସ ଯେ ରାହୁଲ ଗାନ୍ଧୀ ଲୋକସଭାରେ କଂଗ୍ରେସର ନେତା ହେବା ଉଚିତ୍ । ମୁଁ ଆଶା କରୁଛି ଅନ୍ୟ କଂଗ୍ରେସ ସାଂସଦମାନେ ମଧ୍ୟ ମୋ ଭଳି ଭାବନ୍ତି । ଆଗକୁ ଦଳ ଯାହା ନେବ ନିଷ୍ପରି । ଲୋକସଭାରେ ବିରୋଧୀ ଦଳର ନେତା ହେବାକୁ ହେଲେ ୧୦ ପ୍ରତିଶତରୁ ଅଧିକ ଆସନ ରହିବା ଆବଶ୍ୟକ । ୨୦୧୪ ରେ କଂଗ୍ରେସ ୪୪ଟି ସିଟ୍ ଜିତିଥିଲା ଏବଂ ୨୦୧୯ ରେ ୫୨ ଟି ସିଟ୍ ଜିତିଥିଲା, କିନ୍ତୁ ଏଥର ଦଳ ୯୯ ଟି ସିଟ୍ ଜିତିଛି । ଏଭଳି ପରିସ୍ଥିତିରେ ରାହୁଲ ଗାନ୍ଧୀଙ୍କ lop ହେବାର ସର୍ବାଧିକ ସମ୍ଭାବନା ଅଛି ।