Sunstar TV :
ଘରେ ବସି ବୋର୍ ହେଉଛନ୍ତି କି । ଟିଭିରେ ଆଉଥରେ ବିଗବସ୍ ଦେଖିବାକୁ ମନ ହେଉଛି କି । ତାହାଲେ ଏଥର ଆଉ ହେବେ ନି ବୋର୍ । କାରଣ ଆପଣଙ୍କୁ ମନୋରଞ୍ଜନ କରିବା ପାଇଁ ପୁଣିଥରେ ଆସୁଛି ରିଆଲିଟି ଶୋ ବିଗ୍ ବସ୍ ଓଟିଟି ସିଜିନ୍-୩ । ସେପଟେ ଏହାକୁ ନେଇ ଫ୍ୟାନ୍ସମାନେ ଉତ୍କଣ୍ଠା ସହ ଅପେକ୍ଷା କରିଛନ୍ତି । ଜୁନ ୩ରେ ଏନେଇ ଘୋଷଣା ହୋଇଥିଲା । ହେଲେ ଏହି ବିଗବସ୍ ରେ ଆପଣ ଦେଖିବାକୁ ପାଇବ ନୂଆ ଚେହେରା । ନୂଆ ଅଭିନେତା କରିବେ ହୋଷ୍ଟ । ଚଳିତ ଶୋ’ରେ ଆଉ ନଜର ଆସିବେନି କରଣ ଜୋହର ଏବଂ ସଲମାନ ଖାନ । ବିଗ ବସ ଓଟିଟି ସିଜନ ୩ ହୋଷ୍ଟ କରିବେ ବଲିଉଡ ଅଭିନେତା ଅନୀଲ କପୁର । ଆଜି ନିର୍ମାତା ବିଗ୍ ବସ୍ ଓଟିଟି-୩ର ନୂଆ ହୋଷ୍ଟ ଅନୀଲ କପୁରଙ୍କ ପ୍ରଥମ ଲୁକ୍ ରିଲିଜ କରିଛନ୍ତି । ଜିଓ ସିନେମା ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମରେ ବିଗ୍ ବସ୍ ଓଟିଟି-୩ର ନୂତନ ହୋଷ୍ଟ ଅନୀଲ କପୁରଙ୍କ ଲୁକ ପ୍ରକାଶ କରିଛନ୍ତି । ସେ ତାଙ୍କ ପୋଷ୍ଟର ସେୟାର କରି ଲେଖିଛନ୍ତି, ଫିଲ୍ମ ଗୁଡିକରେ ସେ ନିଜର ଯାଦୁ ଦେଖାଇବା ପରେ ସେ ବର୍ତ୍ତମାନ ବିଗ୍ ବସ୍ ଉପରେ ନିଜର ଜଲୱା ଦେଖାଇବେ । ଅନୀଲ କପୁର ଜୁନ ୨୧ ରୁ ବିଗ୍ ବସ୍ ଓଟିଟି ୩ରେ ନଜର ଆସିବେ । ଜୁନ ୨୧ରେ ଓଟିଟିରେ ଷ୍ଟ୍ରିମିଂ ହେବ ବିଗ ବସ୍ ଓଟିଟି-୩ । ଏହାପୂର୍ବରୁ ମେ ୩୧ ରେ ବିଗ୍ ବସ୍ ଓଟିଟି ସିଜନ ୩ର ପ୍ରଥମ ପ୍ରୋମୋ ରିଲିଜ ହୋଇଥିଲା । ଯେଉଁଥିରେ ସଲମାନ ଖାନ ଏହାକୁ ହୋଷ୍ଟ କରିବେ ନାହିଁ ବୋଲି କୁହାଯାଇଥିଲା ।
ସୂଚନା ଥାଉ କି, ବିଗ୍ ବସ୍ ଓଟିଟି ସିଜନ ୧ କରଣ ଜୋହର, ସଲମାନ ଖାନଙ୍କ ବିଗ୍ ବସ୍ ଓଟିଟି ସିଜନ ୨ ହୋଷ୍ଟ କରିଥିଲେ । ବର୍ତ୍ତମାନ ଅନୀଲ କପୁର ବିଗ୍ ବସ୍ ଓଟିଟି ୩ ହୋଷ୍ଟ କରିବେ । ବିଗ୍ ବସ୍ ଓଟିଟି ୮ ଅଗଷ୍ଟ ୨୦୨୧ ରୁ ଆରମ୍ଭ ହୋଇଥିଲା ଏବଂ ଏହାର ୧୦୨ ଏପିସୋଡର ଥିଲା । ବିଗ୍ ବସ୍ ଓଟିଟିର ଉଦଘାଟନୀ ସିଜନରେ କରଣ ଜୋହର ହୋଷ୍ଟ କରିଥିଲେ ଏବଂ ଏହାର ବିଜେତା ଟିଭି ଅଭିନେତ୍ରୀ ଦିବ୍ୟା ଅଗ୍ରୱାଲ ଥିଲେ । ସେହିପରି ବିଗ୍ ବସ୍ ଓଟିଟି ୨ରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ହୋଷ୍ଟ କରିଥିଲେ । ଯେଉଁଥିରେ ସୋସିଆଲ ମିଡିଆ ତାରକା ତଥା ଲୋକପ୍ରିୟ ବିବାଦୀୟ ୟୁଟ୍ୟୁବର୍ ‘ସିଷ୍ଟମ୍’ ଓରଫ ଏଲଭିଶ ଯାଦବ ଜିତିଥିଲେ । ବିଗ୍ ବସ୍ ଓଟିଟି ୨ ଗତ ବର୍ଷ ଜୁନ୍ ୧୭, ୨୦୨୩ରେ ଆରମ୍ଭ ହୋଇଥିଲା ଏବଂ ଏହାର ୫୯ଟି ଏପିସୋଡ୍ ଥିଲା, ଏହା ୫୭ଦିନ ପର୍ୟ୍ୟନ୍ତ ଚାଲିଥିଲା । ବର୍ତ୍ତମାନ ଚଳିତ ଜୁନ ୨୧ରୁ ଆରମ୍ଭ ହେଉଥିବା ବିଗ୍ ବସ୍ ଓଟିଟି ୩ ଦେଖିବାକୁ ପାଇବେ ।