SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତରେ ଏକ ଭୟଙ୍କର ରୋଗ ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ଭାରତର ପାଖାପାଖି ୨୦ କୋଟି ଲୋକ ଏହି ରୋଗର ଶିକାର ହଇଛନ୍ତି । ତେବେ ଏହି ମାରାତ୍ମକ ରୋଗର କୌଣସି ଲକ୍ଷଣ ନଥିବା ବେଳେ ଉଚ୍ଚରକ୍ତଚାପ ବା ହାଇପର ଟେନସନ ହଇଁ ଏହାର ମୁଖ୍ୟକାରଣ ବୋଲି ଜଣାପଡିଛି । ତେବେ ଆଇ ସି ଏମ୍ ଆର ର ରିପୋର୍ଟ ଅନୁସାରେ ଏହି ହାଇପର ଟେନସନ ରୋଗରେ ଭାରତର ଅନେକ ଲୋକେ ଆକ୍ରାନ୍ତ ଅଛନ୍ତି । ସେଥିମଧ୍ୟରୁ ପାଖାପାଖି ଏକ କୋଟି ଲୋକଙ୍କ ବ୍ଲଡ ପ୍ରେସର ନିୟନ୍ତ୍ରଣରେ ରହିଛି । ତେବେ ଏହି ରୋଗକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସାଇଲେଣ୍ଟ କିଲରର ନାଁ ଦେଇଛନ୍ତି । ତେବେ ଆପଣଙ୍କ ମନରେ ବର୍ତ୍ତମାନ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ, କଣ ଏହି ସାଇବଲେଣ୍ଟ କିଲର ? ଏହି ରୋଗ ହେବାର କାରଣ କଣ ? ଏବଂ ଏହାକୁ କିପରି ରୋକାଯାଇ ପାରିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସାଇଲେଣ୍ଟ କିଲର ବିଷୟରେ ।
ସାଇଲେଣ୍ଟ କିଲର କଣ :
ଆଇ ସି ଏମ ଆର୍ ର ରିପୋର୍ଟ ଅନୁସାରେ ଭାରତରେ ହାଇ ବ୍ଲଡପ୍ରେସର ଏକ ଗମ୍ଭିର ଏବଂ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ସ୍ୱାସ୍ଥ୍ୟଗତ ସମସ୍ୟା । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ହାଇବ୍ଲଡ ପ୍ରେସରର ପ୍ରାରମ୍ଭିକ ଅବସ୍ଥାରେ କୌଣସି ପ୍ରକାର ଲକ୍ଷଣ ନଥାଏ । ଯାହାଫଳରେ ଏହି କାରଣ ପାଇଁ ହିଁ ଏହାକୁ ସାଇଲେଣ୍ଟ କିଲର କୁହାଯାଏ । ବେଳେ ବେଳେ ଏହି ହାଇ ବ୍ଲଡପ୍ରେସର ସେତେବେଳ ଯାଏଁ ଜଣାପଡେ ନାହିଁ ଯେତେବେଳ ଯାଏଁ ଏହା କୌଣସି ଏକ ମାରାତ୍ମକ ରୋଗ କାରଣ ନ ହୋଇଥାଏ । ହାଇ ବ୍ଲଡ ପ୍ରେସର ହୃଦଘାତ ଷ୍ଟ୍ରୋକ୍, କିଡନୀ ଖରାପ ହେବା ଏପରି କି ଦୃଷ୍ଟିଶକ୍ତି ମଧ୍ୟ ନଷ୍ଟ ହୋଇଯାଏ ।
ହାଇବ୍ଲଡପ୍ରେସରର ମୁଖ୍ୟ କାରଣ :
ଅସ୍ୱାସ୍ଥ୍ୟକର ଜୀବନଶୈଳୀ: ଖାରପ ଡାଇଟ୍, ବାୟାମର ଅଭାବ ,ଧମ୍ରପାନ ଏବଂ ଅଧିକ ମାତ୍ରାରେ ମଦ ପିଇବା ଆଦି ହାଇ ବ୍ଲଡ ପ୍ରେସରର ହେବାର ବିପଦ ଅଧିକ ଥାଏ ।
ମୋଟାପଣ: ଅଧିକ ଓଜନ କିମ୍ବା ମୋଟାପଣ ଲୋକମାନଙ୍କ ଠାରେ ହାଇ ବ୍ଲଡପ୍ରେସର ଏହାର ସମ୍ଭାବନା ଅଧିକ ରହିଥାଏ ।
ଚିନ୍ତା: ବାରମ୍ବାର କୌଣସି କଥାକୁ ନେଇ ଚିନ୍ତାରେ ରହିବା ଦ୍ୱାରା ହାଇବ୍ଲଡ ପ୍ରେସର ହୋଇଥାଏ ।
ସାଇଲେଣ୍ଡ କିଲର ବା ହୈଇବ୍ଲଡପ୍ରେସରକୁ କଣ୍ଟ୍ରୋଲ କରିବାର ଉପାୟ: ଯଦି କୌଣସି ବ୍ୟକ୍ତି ହାଇ ବ୍ଲଡ ପ୍ରେସର ଶିକାର ହୋଇଛନ୍ତି ତେବେ ଙାକୁ ନିୟନ୍ତ୍ରଣ କରାଯାଇ ପାରିବ । ସେଥିପାଇଁ କିଛି ଦିଗ ପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡିବ । ତେବେ ସେଗି ଦିଗ ଗୁଡିକ ହେଉଛି ଯଥା ସ୍ୱାସ୍ଥ୍ୟକର ଖାଦ୍ୟ, ନିୟମିତ ବାୟାମ, ଓଜନ କମ ଧ୍ରୁମପାନ ଛାଡିବା , କମ୍ ଚିନ୍ତା ଏବଂ ବ୍ଲଡପ୍ରେସର ଯାଞ୍ଚ ଆଦି ଦିଗ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।