SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ପୁରା ବଦଳିଗଲା ଓଡିଶା ରାଜନୀତି । ୨୪ ବର୍ଷ ଶାସନ ଉପରେ ପଡିଲା ପୂର୍ଣ୍ଣଚ୍ଛେଦ । ଓଡିଶା ରଜନୀତିରେ ହେଲା ଗୋଟିଏ ଅଧ୍ୟାୟର ଅନ୍ତ । ଆଜି ମୁଖ୍ୟମନ୍ତ୍ରୀ ପଦରୁ ମୁକ୍ତ ହେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରାଜନୀତିରେ ଦୀର୍ଘ ୨୪ ବର୍ଷ କାଳ ଶାସନ କରିବା ପରେ ଆଜି ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ଯାଉଛନ୍ତି । ଜୁନ୍ ୯ ତାରିଖ ଦିନ ଯେଉଁ ସମୟରେ ସେ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେବେ ବୋଲି କହୁଥିଲେ ଆଜି ଠିକ୍ ସେହି ସମୟରେ ହିଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ।
ନବୀନ ପଟ୍ଟନାୟକ ଆଜି ଦିନ ୧୧.୩୦ରେ ନବୀନ ନିବାସରୁ ବାହାରି ରାଜଭବନରେ ପହଞ୍ଚିବେ । ଏହାପରେ ୧୧.୩୫ରେ ରାଜ୍ୟପାଳଙ୍କ ସହ କଥା ହେବେ ବୋଲି ଜଣାପଡିଛି । ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ହେବ ଯେଉଁ ବଡ ଦାଇତ୍ୱ ସୁଚାର ରୂପେ ତୁଲାଇ ଆସୁଥିଲେ ସେଥିରୁ ସେ ଇସ୍ତଫା ପ୍ରଦାନ କରିବେ । ୨୦୨୪ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ହୋଇଛି । ଗତକାଲି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି । ବିଜେଡି ଗୋଟିଏ ବି ଲୋକସଭା ଆସନ ନିଜ ଖାତାକୁ ନେଇ ନଥିବା ବେଳେ ମାତ୍ର ୫୧ ଟି ବିଧାନସଭା ଆସନ ନେଇ ସନ୍ତୁଷ୍ଟ ହୋଇଥିଲା । ଯହାଫଳରେ ଓଡିଶାରେ ଭାଙ୍ଗିଛି ବିଜେଡି ସରକାର । ତେବେ ୨୪ ନିର୍ବାଚନରେ ପରାସ୍ତ ହେବାପରେ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନବୀନ ପଟ୍ଟନାୟକ । ଏହାପରେ ଓଡିଶାରେ ଗଠନ ହେବ ନୂଆ ସରକାର । କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ମଧ୍ୟ ବର୍ତ୍ତମାନ ଚର୍ଚ୍ଚା ହେଉଛି । ତେବେ ଆଗକୁ ଦେଖିବାକୁ ବାକି ରହିଲା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେହି ଗାଦିରେ କିଏ ବସୁଛି ।