SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ଓଡିଶାରେ ବିଜେଡି ତାର ସଂଖ୍ୟା ଗରିଷ୍ଠତା ହରାଇଛି । ଫଳରେ ଓଡିଶାରେ ଭାଙ୍ଗିଛି ବିଜେଡି ସରକାର । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ । ସେ ଆଜି ରାଜଭବନ ଯାଇ ଏହି ଇସ୍ତଫା ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି । ସେପଟେ ଓଡିଶାରେ ଏଥର ବିଜେପି ବିପୁଳ ପରିମାଣରେ ଭୋଟ ପାଇ ସରକାର ଗଠନ କରିବ ବୋଲି ପ୍ରସ୍ତୁତ ହୋଇଛି । କିନ୍ତୁ ସେ କାହାକୁ ଓଡିଶାର ମୁଖ୍ୟମନ୍ତ୍ରୀ କରିବେ ତାକୁ ନେଇ ଚାଲିଛି ବିଭିନ୍ନ ପ୍ରକାର ଚର୍ଚ୍ଚା । ଏହାରି ଭିତରେ ଗୋଟିଏ ନାଁକୁ ନେଇ ଏବେ ଅଧିକ ଅଲୋଚନା ହେଉଛି । ତେବେ ସେହି ବ୍ୟକ୍ତି ବିଶେଷ ହେଉଛନ୍ତି ଗିରିଶ ମୁର୍ମୁ । ଯିଏକି ବର୍ତ୍ତମାନ ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ଅଫ ଇଣ୍ଡିଆର ଉପାଧ୍ୟକ୍ଷ ଅଛନ୍ତି । ସେ ଜମ୍ମୁ କାଶ୍ମୀରର ଉପରାଜ୍ୟପାଳ ମଧ୍ୟ ରହି ସାରିଛନ୍ତି । କେବଳ ସେତିକି ନୁହେଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତି ନିକଟତର ଅଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ,ଯେତେବେଳେ ନରେନ୍ଦ୍ରମୋଦି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ମୋଦୀଙ୍କ ବ୍ୟକ୍ତିଗତ ସଚୀବ ଥିଲେ ଗିରିଶ ମୁର୍ମୁ । ତେବେ ଗିରିଶଙ୍କ ଘର ଓଡିଶାର ମୟୂରଭଞ୍ଜରେ ହୋଇଥିବାରୁ ଓଡିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ହୋଇପାରନ୍ତି ବୋଲି ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।