SUNSTARTV
କେନ୍ଦ୍ରାପଡା: ୨୪ ସାଧାରଣ ନିର୍ବାଚନକୁ ନେଇ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରକାଶ ପାଉଛି ରେଜଲ୍ଟ । କେଉଁଠି ବିଜେପି ବାଜିମାତ କରୁଛି ତ ପୁଣି କେଉଁଠି ବିଜେଡି ଉଡାଉଛି ବିଜୟ ଧ୍ୱଜା । ଏହାରି ଭିତରେ ପ୍ରକାଶ ପାଇଛି ପାଟକୁରା ନିର୍ବାଚନ ମଣ୍ଡଳିର ଫଳାଫଳ । ଏଠାରେ କାମ କରିଛି ବାପାଙ୍କ ରାଜନୀତି ଗୋଟି ଚାଳନା । ବିଜୟ ମୁକୁଟ ପିନ୍ଧିଛନ୍ତି ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର । ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଥାପିଥିବା ଅରବିନ୍ଦ ଚଳିତ ନିର୍ବାଚନରେ ଉଡାଇଛନ୍ତି ବିଜୟ ଧ୍ୱଜା । ସେ ତାଙ୍କର ପ୍ରତିଦ୍ୱନ୍ଦି ତେଜେଶ୍ୱର ପରିଡାଙ୍କୁ ୧୩ ହଜାର ୭୦୫ ଭୋଟରେ ହରାଇ ନିଜ ଆସନକୁ ପକ୍କା କରିଛନ୍ତି । ଫଳରେ ବିଜେଡି ହାତକୁ ଆସିଛି ପାଟକୁରା ନିର୍ବାଚନ ମଣ୍ଡଳୀ ।
କେନ୍ଦ୍ରାପଡା ଲୋକସଭା କ୍ଷେତ୍ରରେ ସବୁଠୁ ଚର୍ଚ୍ଚାରେ ରହିଥିଲା ପାଟକୁରା ନିର୍ବାଚନ ମଣ୍ଡଳୀ । କାରଣ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିିନ୍ଦ ପ୍ରଥମ ଥର ପାଇଁ ରାଜନିତିରେ ପ୍ରବେଶ କରିଥିବା ବେଳେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଫଳରେ ବିଜେଡି ସୁପ୍ରିମୋ ଅରବିନ୍ଦଙ୍କୁ ପାଟକୁରା ବିଧାୟକ ପ୍ରାର୍ଥୀ କରିବା ସହ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲେ । ଯେଉଁଥିରେ ସତପ୍ରତିଶତ ଉତିର୍ଣ୍ଣ ହୋଇଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ।
ଅନ୍ୟପକ୍ଷେ ଅରବିନ୍ଦଙ୍କ ପାଇଁ ବଡ ସପୋର୍ଟ ପଲଟିଥିଲେ ବାପା ବିଜୟ ମହାପାତ୍ର । ସେ ବିଜେପିରୁ ବହିଷ୍କାର ହେବାପରେ ପୁଅ ପାଇଁ କରିଥିଲେ ଖୁଲମ ଖୁଲା ପ୍ରଚାର । ଯାହାକି ବିଜେପି ଭୋଟ ବ୍ୟାଙ୍କକୁ ପ୍ରଭାବିତ କରିଥିଲା । ଫଳ ସ୍ୱରୂପ ବିଜେପି ଆଜି ୧୩ ହଜାର ୭୦୫ ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟର ସ୍ୱାଦ ଚାଖିଛି ।