SUNSTARTV
ସନଷ୍ଟାରଟିଭି ବ୍ୟୁରୋ:୨୪ ନିର୍ବାଚନରେ ବଦଳୁଛି ବିଜେଡି ସମିକରଣ । ଗୋଟିଏ ପରେ ଗୋଟିଏ ଆସନ ହରାଉଛି ବିଜୁ ଜନତା ଦଳ । ଯାଜପୁରକୁ ବିଜେଡିର ଗଡ କୁହାଯାଉଥିବା ବେଳେ ଚଳିତ ଥର କିନ୍ତୁ କିଛି ଅଲଗା ସ୍ଥିତି ଦେଖିବାକୁ ମିଳିଛି । ଏହି ସଂସଦୀୟ କ୍ଷେତ୍ରରେ ଫୋକସରେ ରହିଥିଲା ବଡଚଣା ବିଧାନସଭା ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ତରଫରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିବା ବେଳେ କରିଥିଲେ ଜୋରଗାର ପ୍ରଚାର । କିନ୍ତୁ ଜନତାଙ୍କ ଉପରେ ପ୍ରଭାବ ପକାଇପାରିଲା ନାହିଁ ବର୍ଷାଙ୍କ ଏହି ରୋଡ ଶୋ । ଫଳରେ ଆଜି ପରାଜୟର ସ୍ୱାଦ ଛାଖିଛି ବିଜୁ ଜନତା ଦଳ ।
ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟ ଦର୍ଶନୀ ୧୦ ହଜାର ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେଠାରେ ବିଜୟ ଧ୍ୱଜା ଉଡାଇଛନ୍ତି ଭାରତୀୟ ଜନତା ପାର୍ଟିର ବିଧାୟକ ପ୍ରାର୍ଥୀ ଅମର କୁମାର ନାୟକ । ସେ ମୋଟ ୫୦ ହଜାରରୁ ଅଧିକ ଭୋଟ ପାଇଛନ୍ତି । ଫଳରେ ବିଜେଡି ହାତରୁ ଖସିଛି ବଡଚଣା ବିଧାନସଭା ଆସନ । ସେପଟେ ବିଜେପି ଗୋଟିଏ ପରେ ଗୋଟିଏ ବିଧାନସଭା ଆସନ ନମିଜ ଖାତରେ ସାମିଲ କରିବାରେ ଲାଗିଛି ।