Sunstar TV :
ଆଗକୁ ଆସୁଛି ରଜ, ଫିଲ୍ମ ହଲରେ ହେବେ ଘମାଘୋଟ ଲଢେଇ । କିଏ ମାରିବ ବାଜି ? ଫିଲ୍ମରେ କେଉଁ ମୁଭି ମାରିବ ହ୍ୟାଟ୍ରିକ । ଦମଦାର ଲଢେଇ ଏଥର ରଜରେ ହେବ । ଆଗକୁ ଆସୁଛି ରଜ । ଆଉ ଏହି ରଜରେ କେଉଁ ଫିଲ୍ମ ବାଜି ମାରିବ ତାକୁ ନେଇ ଆଲୋଚନା ଚାଲୁଥିବା ବେଳେ ସବୁ କଳାକାର କହୁଛନ୍ତି ଆମେ ହିଁ ଆମେ । ମାତ୍ର ସତ କ’ଣ ତାହାତ ସମୟ କହିବ । ହେଲେ ଲୋକେ ଏବେ ଫିଲ୍ମ ଅପେକ୍ଷା ବେଶୀ ଡ୍ରାମାକୁ ଭଲ ପାଉଛନ୍ତି । ତେଣୁ ଏଥିପାଇଁ ସବୁ ଫିଲ୍ମର ଡିରେକ୍ଟର ଲୋକଙ୍କୁ କିଭଳି ଅଧିକ ଭଲ ଲାଗିବ ତାଙ୍କ ଫିଲ୍ମ ସେଥିପାଇଁ ବେଶ ତତ୍ପର ଅଛନ୍ତି । ଗୋଟିଏ ଗୋଟିଏ ସୁଟିଙ୍ଗ କିଭଳି ବେଷ୍ଟ ହେବ ଲୋକଙ୍କ ମନକୁ ଛୁଇଁବ ଏଥିପାଇଁ ନିର୍ଦ୍ଦେଶକଙ୍କ ଠୁ ନେଇ ପ୍ରଯୋଜକ ଓ କଳାକାର ଯାଏଁ ସମସ୍ତେ ଲାଗି ପଡିଛନ୍ତି । ଏହି ପରିପ୍ରେକ୍ଷୀରେ ଅନସ୍ମିସ ପ୍ରଡକ୍ସନ ହାଉସ ଦ୍ୱାରା ପ୍ରସ୍ତୁତ ଫିଲ୍ମ ଚନ୍ଦ୍ରବଂଶୀ ମାରିପାରେ ବାଜି ବୋଲି ଆଲୋଚନା ହେଉଛି । ଏହି ଫିଲ୍ମରେ ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଉଷଶୀ ମିଶ୍ର, ଲିପ୍ସା ମିଶ୍ର, ପୁନମ ମିଶ୍ର, ଆକାଶଦାସ ନାୟକଙ୍କ ଭଳି ବହୁ ଅଭିନେତା ଅଭିନେତ୍ରୀ ଅଭିନୟ କରୁଥିବା ଦେଖିବାକୁ ପାଇିବେ । ତେବେ ଫିଲ୍ମଟି କେତେ ଲୋକପ୍ରିୟତା ହାସଲ କରୁଛି ଓ ଲୋକଙ୍କ ମନକୁ ଜିଣୁଛି ତାହା ଦେଖିବାକୁ ବାକି ରହିଲା ।