SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତବର୍ଷ ଏପ୍ରିଲରୁ ହିଁ ରାଜ୍ୟରେ ଜାରି ରହିଥିଲା ଗ୍ରୀଷ୍ମ ପ୍ରବହ । ଫଳରେ ତତଲା ତାୱାରେ ଭାଜି ହେଉଥିଲା ପୁରା ଓଡିଶା । ଏପରି କି ଏହି ଖରା ଗରମ ପାଇଁ ମାତ୍ର ସାଢେ ୬ ଘଣ୍ଟାରେ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ମାତ୍ର ୨ ଦିନରେ ୩୦ରୁ ଉର୍ଦ୍ଧ ଲୋକ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ତେବେ ଏହି ଖରା ଗରମରୁ ବର୍ତ୍ତମାନ ରାଜ୍ୟବାସୀଙ୍କୁ ଆଶ୍ୱସ୍ତି ମିଳିଛି । ଜୁନ୍ ପହିଲାରୁ ହିଁ ମୌସୁମୀ କେରଳ ଚୁଇଁଥିବା ବେଳେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖାଦେଇଛି । ଫଳରେ ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳ ବୈଶାଖି ହେବା ସହ ବର୍ଷା ମଧ୍ୟ ହୋଇଛି । ସେହିପରି ଟ୍ୱିନ୍ ସିଟିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଯେଉଁଥିରେ ଭୁବନେଶ୍ୱରବାସୀ ଏବ କଟକବାସୀଙ୍କୁ ଏହି ଗରମରୁ କିଛିମାତ୍ରାରେ ମୁକ୍ତି ମିଳିଛି ।
ତେବେ ଗତକାଲି ଏତେ ଜୋରରେ ବର୍ଷା ହୋଇଥିଲା ଯେ କଟକର ପ୍ରସିଦ୍ଧ ଚଣ୍ଡିମନ୍ଦିରରେ ପାଣି ପଶିଯାଇଥିବା ଜଣାପଡିଛି । ସେହିପରି ଭୁବନେଶ୍ୱରର କିଛି ସ୍ଥାନରେ କୃତିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଥିଲା । ଦୀର୍ଘ ଦେଢ ଘଣ୍ଟାରୁ ଦୁଇ ଘଣ୍ଟା ଧରି ବର୍ଷା ସହ ଘଡଘଡି ହୋଇଥିବା ଜଣାପଡିଛି ।
ସେହିପରି ଆଜି ମଧ୍ୟ ପାଗ କୋହଲା ଥିବା ବେଳେ ତାପମାତ୍ରା ମଧ୍ୟ ହ୍ରାସ ପାଇଛି ଆଜି ଭୁବନେଶ୍ୱରର ଦିନ ତାପମାତ୍ରା ୩୪ ଡିଗ୍ରୀ ରହିଥିବା ବେଳେ ଅପରାହ୍ନରେ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଭାରତୀୟ ରପାଣିପାଗ ସୂଚନା ଅନୁଯାୟୀ ମୌସୁମୀ ବାୟୁ କେରଳ ଛୁଇଁଛି । ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଏହା ଓଡିଶାେ ପ୍ରବେଶ କରିବ । ଚଳିତ ଥର ମୌସୁମୀ ଶୀଘ୍ର ଆସିଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।