SunstarTV
ଟିମ୍ ଇଣ୍ଡିଆର ବ୍ୟାଟିଂ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଭାରତୀୟ କ୍ରିକେଟର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି।
ସେ ଏହା ବିଷୟରେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ତେବେ ଏହି ଖବର ପ୍ରକାଶ ପାଇବା ପରେ ଫ୍ୟାନ୍ସଙ୍କ ମନରେ ଦୁଃଖ ଭରି ଯାଇଛି ।ସେ ଶେଷ ଥର ପାଇଁ ୨୦୨୦ ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ ପାଇଁ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ଅନ୍ୟ କେଉଁଠାରେ ଖେଳିବା ପାଇଁ ମଉକା ମିଳିନଥିଲା।
ନିଜ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଯାଦବ ଅବସର ଘୋଷଣା କରିଛନ୍ତି । ସେ ଲେଖିଛନ୍ତି ‘ତାଙ୍କ କ୍ୟାରିୟର ସମୟରେ ସମସ୍ତ ସମର୍ଥକ ଏବଂ ପ୍ରଶଂସକମାନଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।’
Thank you all For your love and support throughout my Career from 1500 hrs
Consider me as retired from all forms of cricket— IamKedar (@JadhavKedar) June 3, 2024
ଏଥି ସହିତ କେଦାର ଯାଦବଙ୍କ ଦୀର୍ଘ ଦିନ ଧରି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଛନ୍ତି। ସେ ସନରାଇଜର୍ସ ହାଇଦ୍ରାବାଦରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ କେଦାର ଯାଦବ ଚମତ୍କାର ପ୍ରଦର୍ଶନ କରିଥିଲେ। ସେ ଆଇପିଏଲରେ ୯୫ଟି ମ୍ୟାଚରେ ୧୧୯୬ ରନ୍ କରଥିଲେ। ଯେଉଁଥିରେ ଚାରି ଅର୍ଦ୍ଧଶତକ ସାମିଲ ରହିଛି।