Sunstar Tv
Vastu Tips: ବାସ୍ତୁ ଅନୁସାରେ ଏମିତି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିବା ଶୁଭ ସଙ୍କେତ ବୋଲି କୁହାଯାଏ । ଏହାଦ୍ୱାରା ବାସ୍ତୁ ଦୋଷ ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତି ରହିଥାଏ ।
ଠିକ୍ ସେହିପରି ପୂଜା ପାଠରେ ମଧ୍ୟ ବାସ୍ତୁ ସହ ଜଡିତ ନିୟମକୁ ପାଳନ କରିବା ଉଚିତ୍ । ବିଶେଷକରି ପୂଜାରେ ବ୍ୟବହୃତ ହେଉଥୁବା ଜିନିଷକୁ ଭୂମି ଉପରେ ରଖାଯାଏ ନାହିଁ । ଏହାଦ୍ୱାରା ପୂଜାର ଫଳ ନମିଳିବା ସହ ବାସ୍ତୁ ଦୋଷ ବଢିଥାଏ ।
ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋ ଭୂମି ଉପରେ ରଖନ୍ତୁ ନାହିଁ-
ଅନେକ ସମୟରେ ଲୋକମାନେ ସଫା କରୁଥିବା ସମୟରେ ଭଗବାନଙ୍କର ମୂର୍ତ୍ତି କିମ୍ବା ଫଟୋକୁ ଭୂମି ଉପରେ ରଖି ଦେଇଥାନ୍ତି ।
ବାସ୍ତୁ ଅନୁସାରେ ଏହା ଦ୍ୱାରା ଘରେ ବାସ୍ତୁ ଦୋଷ ଦେଖାଦେବା ସହ ଚିନ୍ତା ବୃଦ୍ଧି ଏବଂ ଆର୍ôଥକ ସମସ୍ୟା ଦେଖା ଦେଇପାରେ । ତେଣୁ ତାହାକୁ ସର୍ବଦା ସଫା କପଡା ବା ସଫା ସ୍ଥାନରେ ରଖିବା ଉଚିତ୍ ।
ଭୁଲରେ ସୁଧା ଶିବଲିଙ୍ଗକୁ ଭୂମି ଉପରେ ରଖନ୍ତୁ ନାହିଁ-
ପ୍ରାୟତଃ ଲୋକମାନେ ମନ୍ଦିର ସଫା କରିବା ସମୟରେ ଶିବଲିଙ୍ଗକୁ ଭୂମି ଉପରେ ରଖି ଦେଇଥାନ୍ତି । କିନ୍ତୁ ଏହାଦ୍ୱାରା ଆର୍ôଥକ ସମସ୍ୟା ଦେଖା ଦେଇଥାଏ । ତେଣୁ ଭଗବାନ ଶିବଙ୍କର ପ୍ରତୀକ ଶିବଲିଙ୍ଗକୁ ଭୂମି ଉପରେ ନ ରଖି ସଫା କପଡା ଏବଂ ପରିସ୍କାର ଜାଗା ଉପରେ ରଖୁବା ଉଚିତ୍ ।
ଭୁଲରେ ମଧ୍ୟ ଭୂମି ଉପରେ ରଖନ୍ତୁ ନାହିଁ ଶଙ୍ଖ-
ଶଙ୍ଖ ବଜାଇବା ଦ୍ୱାରା ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏଥିସହିତ ଶଙ୍ଖକୁ ମଧ୍ୟ ମା’ ଲକ୍ଷ୍ମୀଙ୍କର ଭାଇ ମଧ୍ୟ କୁହାଯାଇଥାଏ । ତେଣୁ ଏହାକୁ କେବେ ବି ଭୂମି ଉପରେ ରଖନ୍ତୁ ନାହିଁ । ଏହା କରିବା ଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ତେଣୁ ଏହାକୁ ବ୍ୟବହାର କରିସାରିବା ପରେ ଠାକୁର ଘରେ ରଖନ୍ତୁ ।
ଫୁଲ, ତୁଳସୀପତ୍ର-
ଭଗବତ ଗୀତା ଅନୁସାରେ, ଦୀପ, ଧୂପ, ଯନ୍ତ୍ର, ଫୁଲ, ତୁଳସୀପତ୍ର, କର୍ପୂର, ଚନ୍ଦନ, ଜପାମାଳ ଆଦି ଜିନିଷ ଅତ୍ୟନ୍ତ ପବିତ୍ର ଅଟେ । ଏହା ପୂଜା ପାଠରେ ବ୍ୟବହୃତ ହେଉଥିବା କାରଣରୁ ଏହାକୁ ଭୂମି ଉପରେ ରଖିବା ଅଶୁଭ କୁହାଯାଏ ।