SUNSTARTV
ସନଷ୍ଟାରଟିଭି ବ୍ୟୁରୋ: +୩ ଛାତ୍ର ଛାତ୍ରୀଙ୍କ ପାଇଁ ଆଜିଠାରୁ ଆରମ୍ଭ ହୋଇଛି ନାମା ଲେଖା ପ୍ରକିୟା । ୨୦୨୪ – ୨୫ ଶିକ୍ଷା ବର୍ଷ ପାଇଁ ଏହି ନାମ ଲେଖା ପକ୍ରିୟା ଆରମ୍ଭ ହୋଇଛି । ତେବେ ଆଜି ଅପରାହ୍ନ ୪ଟାରୁ ଅନଲାଇନ୍ ମଧ୍ୟମରେ ଛାତ୍ରଛାତ୍ରୀମାନେ ଆବେଦନ କରି ପାରିବେ । samsodisha.gov.in ୱେବସାଇଟ ମାଧ୍ୟମରେ ଜୁନ ୧୭ ପର୍ଯ୍ୟନ୍ତ ଏହି ଆବେଦନ ପାଇଁ ସୁଯୋଗ ରହିବ । ଏହାପରେ ଜୁନ୍ ୧୮ ଏବଂ ୧୯ ତାରିଖ ଦୁଇଦିନ ପାଇଁ ସି ଏ ଏଫ୍ ର ତ୍ରୁଟି ସୁଧାରିବାର ସୁଯୋଗ ରହିବ ।
ଜୁନ୍ ୨୫ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବା ସହ ୨୫ ତାରିଖରୁ ୨୮ ତାରିଖ ପ୍ରର୍ଯ୍ୟନ୍ତ ସ୍ଲାଇଡ୍ ଓପନ୍ ଚୟନ କରିପାରିବେ ଛାତ୍ରଛାତ୍ରୀ । ସେହିପରି ଜୁନ୍ ୨୬ ତାରିଖରୁ ୨୯ ତାରିଖ ଭିତରେ କଲେଜକୁ ଯାଇ ରିପୋର୍ଟ କରିବେ ଛାତ୍ରଛାତ୍ରୀ । ତେବେ ଜୁଲାଇ ୫ ତାରିଖରେ ୨ୟ ମେଧା ଛାତ୍ର ତାଲିକା ପ୍ରକାଶ ପାଇବ । ଏହି ତାଲିକା ପୂର୍ବ ପରି ଅପରାହ୍ନ ୪ଟା ହିଁ ପ୍ରକାଶ ପାଇବ ।
ତେବେ ଜୁଲାଇ ୫ ତାରିଖରୁ ୮ ତାରିଖ ଯାଏଁ ସ୍ଲାଇଡ୍ ଅପସନ ଚୟନ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୬ ତାରିଖରୁ ୯ ତାରିଖ ପର୍ୟ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ରିପୋର୍ଟ କରିବେ । ଜୁଲାଇ ୧୫ ତାରିଖ ଅପରାହ୍ନ ୪ଟାରେ ତୃତୀୟ ପର୍ଯ୍ୟାୟ ମେଧାବୀ ତାଲିକା ପ୍ରକାଶ ପାଇବ । ରାଜ୍ୟରେ ମୋଟ ୧୦୩୭ ସ୍ଵୟଂଶାସିତ କଲେଜ ଏବଂ ଯୁକ୍ତ ତିନି କଲେଜ ରହିଛି । ସେଥିମଧ୍ୟରୁ ୨ ଲକ୍ଷ ୭୩ ହଜାର ୧୫ଟି ସିଟ ରହିଛି । ତେବେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪ ହଜାର ୫୫୨ ସିଟ ରହିଥିବା ବେଳେ ଦ୍ଵିତୀୟ ସର୍ବାଧିକ କଟକ ଜିଲ୍ଲାରେ ରହିଛି । କଟକରେ ସିଟ ସଂଖ୍ୟା ୨୧ ହଜାର ୮୧୨ ରହିଛି ଏବଂ ଖୋର୍ଦ୍ଧା ଜିଲ୍ଲାରେ ୨୧ ହଜାର ୧୨୩ ସିଟ ରହିଛି ।