SunStarTV
ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ଶନିବାର ଦେଶରେ ନିର୍ବାଚନ ସରିବା ପରେ ଆଜି( ରବିବାର) ସିକ୍କିମର ୩୨ଟି ବିଧାନସଭା ସିଟ୍ରେ କାଉଣ୍ଟିଂ ଚାଲିଥିଲା । ଏଠାରେ ୩୨ ସିଟରୁ ୩୧ଟି ସିଟ ପୋଛି ନେଇଛି, ଏବଂ ଅନ୍ୟକୁ ୧ସିଟ୍ ମିଳିଛି। ଅନ୍ୟପଟେ ବିଜେପି ଏବଂ କଂଗ୍ରେସ ଏଠାରେ ଖାତା ଖୋଲିପାରିନାହାଁନ୍ତି ।
ଆଉ ଏସ୍କେଏମ୍ କ୍ଲିନ ସ୍ବିପ କରି ପୁଣି ବହୁମତରେ ଜିତି ସରକାର ଗଢିବାର ନିଶ୍ଚିତ ହୋଇଯାଇଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯଦି ପୁଣିଥରେ ଏଠାରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ସରକାର ଗଢେ, ତେବେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ପ୍ରେମ ସିଂହ ତମାଙ୍ଗ ମିଳିଥିବା ସୂଚନା ଅନୁସାରେ ଏହା ତାଙ୍କର ମୁଖ୍ୟମନ୍ତ୍ରୀ ଦ୍ବିତୀୟ ଥର ହେବ । ୨୦୧୯ ବିଧାନସଭା ନିର୍ବାଚନରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ୧୭ ଟି ଆସନ ଏବଂ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (SDF) ୧୫ଟି ସିଟ୍ ଜିତିଥିଲେ। ଏହା ପରେ ପ୍ରେମ ସିଂ ତମାଙ୍ଗ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।
ଅନ୍ୟପଟେ ବିରୋଧୀ ସିକିମ ଡେମାକ୍ରାଟିକ ଫ୍ରଣ୍ଟ ମାତ୍ର ଗୋଟିଏ ସିଟରେ ଜିତିଛି। ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତୋମାଙ୍ଗ ରେନକ ଓ ସୋରେଙ୍ଗ ଉଭୟ ଆସନରେ ଜିତିଛନ୍ତି। ସେ ଲଗାତର ଦ୍ୱିତୀୟ ଥର ପାଇଁ ଏଠାରେ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ।
ଫେବୃଆରୀ ୪ , ୨୦୧୩ ରେ ସୋରେଙ୍ଗ ସହରରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (SKM) ଗଠନ କରାଯାଇଥିଲା। ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା ଗଠନରେ ପ୍ରେମ ସିଂ ତମାଙ୍ଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।
୨୦୧୪ ରେ ପ୍ରେମ ସିଂ ତମାଙ୍ଗଙ୍କ ନେତୃତ୍ୱରେ SKM ୧୦ ଟି ବିଧାନସଭା ଆସନ ଜିତିଥିଲା। ତା’ପରେ ଏହା ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଲା | ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ପ୍ରେମ ସିଂ ତମାଙ୍ଗ ସିକ୍କିମ ସରକାରରେ ମନ୍ତ୍ରୀ ଥିଲେ। ତେବେ, ୨୦୦୯ରେ, ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଙ୍ଗଙ୍କ ସହ ତାଙ୍କର ମତଭେଦ ହୋଇଥିଲା।