SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ମାସରେ ଛାତ୍ରଛାତ୍ରୀଙ୍କ ସମେତ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଆସିଛି ଖୁସି ଖବର । ଯାହାକୁ ନେଇ କର୍ମଚାରୀ ମହଲରେ ଖେଳିଯାଇଛି ଖୁସିର ଲହରୀ । କାରଣ ଚଳିତମାସ ୧୯ ଦିନ ସ୍କୁଲ ବନ୍ଦ ରହିବା ରବିବାରକୁ ଛାଡି ୧୦ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଆପଣଙ୍କର ଯଦି ବ୍ୟାଙ୍କରେ କିଛି କାମ ଅଛି ତାହାଲେ ଏହାକୁ ଜଲ୍ଦି ସାରି ଦିଅନ୍ତୁ ।ତେବେ କେଉଁ କାରଣ ପାଇଁ ବ୍ୟାଙ୍କ ଏବଂ ସ୍କୁଲ ଛୁଟି ରହିବ ଆସନ୍ତୁ ଜାଣିବା ।
ଚଳିତ ବର୍ଷର ପ୍ରଥମ ମାସରେ, ଜାନୁଆରୀରେ ଛାତ୍ର ଏବଂ କର୍ମଚାରୀମାନେ ଅନେକ ଛୁଟି ପାଇଥିଲେ । ଏହାପରେ ଯଦିଓ କୌଣସି ବିଶେଷ ପର୍ବପର୍ବାଣୀ ବିଶେଷ ନଥିଲା, ତଥାପି କେତେକ ଜିଲ୍ଲାପାଳ ସ୍ଥାନୀୟ ପର୍ବପର୍ବାଣୀ ଅବସରରେ କିଛି ଜିଲ୍ଲାରେ ଛୁଟି ଘୋଷଣା କରିଥିଲେ । ଏହାପରେ ଗତ ମାସରେ ରାଜ୍ୟ ତଥା ଦେଶରେ ଜାରୀ ରହିଥିଲା ପ୍ରବଳ ଗ୍ରୀଷ୍ମ ପ୍ରବାହ । ଯାହାକୁ ଦୃଷ୍ଟିରେ ରଖି ସରକାର ଘୋଷଣା କରିଥିଲେ ଖରାଛୁଟି । କିନ୍ତୁ ଜୁନ୍ ମାସରୁ ପୁଣି ପିଲାଙ୍କ ସ୍କୁଲ ଖଲିବାକୁ ଥିବା ବେଳେ ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଖୁସି ଖବର । ରଜପରେ ରାଜ୍ୟ ତଥା ଦେଶରେ ସମସ୍ତ ସ୍କୁଲ ଖୋଲିବା ନେଇ ସୂଚନା ରହିଛି । ତେବେ ସ୍କୁଲ ଖୋଲିବାର ମାତ୍ର ଦୋଟିଏ ଦିନ ପରେ ଜୁନ୍ ୧୭ ତାରିଖରେ ଇଦ୍ ପାଇଁ ସ୍କୁଲ ଛୁଟି ରହିପାରେ ଏହାପରେ ବି ଦୁଇଟି ରବିବାରରେ ଛାତ୍ରଛାତ୍ରୀଙ୍କୁ ମିଳିବ ଛୁଟି । ଯାହାଫଳରେ ମୋଟ ଜୁନ୍ ମାସରେ ୧୯ ଦିନ ପାଇଁ ବନ୍ଦ ରହିବ ସ୍କୁଲ ।
ସେହିପରି ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ମଧ୍ୟ ଚଳିତମାସରେ ରବିବାରକୁ ଛାଡି ୧୦ଟି ଚୁଟି ରହିବ । ତେବେ ଜୁନ୍ ୨ ତାରିଖ ଅର୍ଥାତ୍ ଆଜି ତେଲେଙ୍ଗାନା ପ୍ରତିଷ୍ଠା ଦିବସ ଥିବାରୁ ସେଠାରେ ବ୍ୟାଙ୍କ୍ କର୍ମଚାରୀଙ୍କୁ ଛୁଟି ପ୍ରଦାନ କରାଯାଇଛି । ଏହାପରେ ଜୁନ୍ ୯ ତାରିଖ ମହରାଣା ପ୍ରତାପ ଜୟନ୍ତୀ ପଡ଼ୁଛି, ଏହି ଦିନ ହିମାଚଳ ପ୍ରଦେଶରେ ବ୍ୟାଙ୍କ୍ ବନ୍ଦ ରହିବ । ଜୁନ୍ ୧୦ ତାରିଖରେ ଗୁରୁ ଅର୍ଜୁନ ଦେବଙ୍କ ଜୟନ୍ତୀ ଥିବାରୁ ପଞ୍ଜାବରେ ବ୍ୟାଙ୍କ୍ ବନ୍ଦ ରହିବ ।
ଏହାପରେ ଜୁନ୍ ୧୪ ତାରିଖରେ ପହିଲି ରଜ ଥିବାରୁ ରାଜ୍ୟରେ ବ୍ୟାଙ୍କ୍ ବନ୍ଦ ରହିବ । ଏହାପର ଦିନ ରଜ ସଂକ୍ରାନ୍ତି ତେଣୁ ଏହି ଦିନ ବି ଛୁଟି ରହିବ ବ୍ୟାଙ୍କ୍। YMA Day ଜୁନ୍ ୧୫ ତାରିଖରେ ପଡ଼ୁଛି, ଏଣୁ ଏହି ଦିନ ମିଜୋରାମରେ ବ୍ୟାଙ୍କ୍ ବନ୍ଦ ରହିବ । ଜୁନ ୧୭ ଜୁନ୍ ୧୫ ତାରିଖରେ ପଡ଼ୁଛି, ଏଣୁ ଏହି ଦିନ ମିଜୋରାମରେ ବ୍ୟାଙ୍କ୍ ବନ୍ଦ ରହିବ । ଜୁନ ୧୭ ତାରିଖରେ ବକ୍ରି ଇଦ୍ ଥିବାରୁ ସାରା ଦେଶରେ ବ୍ୟାଙ୍କ୍ ବନ୍ଦ ରହିବ ।
ଜୁନ୍ ୨୧ ତାରିଖରେ ଏକ ବିଶେଷ ଲୋକପର୍ବ ଥିବାରୁ ଅଧିକାଂଶ ରାଜ୍ୟରେ ସେହିଦିନ ବ୍ୟାଙ୍କ୍ ବନ୍ଦ ରହିବ । ଏହାପରେ ଜୁନ୍ ୨୨ ତାରିଖରେ ସନ୍ଥ ଗୁରୁ କବୀର ଜୟନ୍ତୀ ଥିବାରୁ ଛତିଶଗଡ଼, ହିମାଚଳ ପ୍ରଦେଶ, ହରିୟାଣା ଓ ପଞ୍ଜାବରେ ବ୍ୟାଙ୍କ୍ କର୍ମଚାରୀଙ୍କୁ ଅଫିସ ଯିବାକୁ ପଡ଼ିବ ନାହିଁ ।
ଜୁନ୍ ୩୦ରେ Remna Ni ଥିବାରୁ ଏହି ଦିନ ମିଜୋରାମରେ ବ୍ୟାଙ୍କ୍ ବନ୍ଦ ରହିବ । ଏହିଭଳି ଭାବର ଜୁନ୍ରେ ୧୦ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।
୧୦ଟି ସାଧାରଣ ଛୁଟି ବ୍ୟତୀତ ଜୁନରେ ୫ଟି ରବିବାର ରହୁଛି । ଜୁନ୍ ୨ ତାରିଖକୁ ଛାଡ଼ି ଦେଲେ, ଜୁନ୍ ୯, ଜୁନ୍ ୧୬, ଜୁନ୍ ୨୩ ଓ ଜୁନ୍ ୩୦ ତାରିଖରେ ବ୍ୟାଙ୍କ୍ କର୍ମଚାରୀଙ୍କୁ ଅଫିସ ଯିବାକୁ ପଡ଼ିବ ନାହିଁ ।