Sunstar Tv
Icecream Health Benefits: ଆଇସ୍କ୍ରିମ୍ ପ୍ରେମୀଙ୍କ ପାଇଁ ଖୁସି ଖବର । ଏ ପର୍ଯ୍ୟନ୍ତ ଶୁଣିଥିଲେ, ଆଇସ୍କ୍ରିମ୍ ଖାଇବା ସାସ୍ଥ୍ୟ ପାଇଁ ଠିକ୍ ନୁହେଁ । କିନ୍ତୁ ଏହା କିଛି ମାମଲାରେ ଆପଣଙ୍କ ସାସ୍ଥ୍ୟ ପାଇଁ ଉତ୍ତମ । ପ୍ରକୃତରେ ଭିନ୍ନ ଭିନ୍ନ ପ୍ରକାରର ସ୍ୱାଦର ଆଇସ୍କ୍ରିମ୍ ଆପଣଙ୍କ ସାସ୍ଥ୍ୟ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
ଏକ ଗବେଷଣାରୁ ଏହା ଜଣାପଡ଼ିଛି । ଆଇସ୍କ୍ରିମ୍ ଏକ ଡେୟାରୀ ପ୍ରଡକ୍ଟ । ଏଥିପାଇଁ ଏଥିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ୱ ଥାଏ । ଏହାର ସେବନ ଦ୍ୱାରା ଶରୀରକୁ ଭିଟାମିନ୍ ଏବଂ ପ୍ରୋଟିନ୍ ଭରପୂର୍ ମାତ୍ରାରେ ମିଳିଥାଏ ।
ଏମିତିରେ ଦେଖୁବାକୁ ଗଲେ ଡେୟାରୀ ପ୍ରଡକ୍ଟରେ କ୍ୟାଲସିୟମ୍ ପରିମାଣ ଅଧିକ ଥାଏ । ଯାହାଦ୍ୱାରା ହାଡ଼ ମଜଭୁତ୍ ହୋଇଥାଏ । ଶରୀରର ଥକ୍କାପଣରୁ ମଧ୍ୟ ଏହା ଦୂରେଇ ରଖିବାରେ ସାହାଯ୍ୟ କରେ । ଶରୀରରେ ୯୯ ପ୍ରତିଶତ କ୍ୟାଲସିୟମ୍ ହାଡ଼ରେ ହିଁ ଥାଏ ।
ଏଣୁ ପ୍ରତ୍ୟେକ ଗୋଟିଏ ଆଇସ୍କ୍ରିମ୍ର ସେବନ ଦ୍ୱାରା ଶରୀରରେ ଅଷ୍ଟିଓପାରୋସିସ୍ ଭଳି ରୋଗଠୁ ଦୂରେଇ ରଖାଯାଇପାରିବ । କେବଳ ସେତିକି ନୁହେଁ, କ୍ଷୀରରେ ତିଆରି ଆଇସ୍କ୍ରିମ୍ ପ୍ରୋଟିନ୍ର ଉତ୍ତମ ସ୍ରୋତ ।
ପ୍ରୋଟିନ୍ ଶରୀରକୁ ଅଲଗା ଅଲଗା ଅଂଶଯେମିତିକି ହାଡ଼, ମାଂସପେଶୀ, ରକ୍ତ ଏବଂ ତ୍ୱଚା ପାଇଁ ଫାଇଦା ଦେଇଥାଏ । ସବୁଠୁ ବଡ଼ କଥା, ଗବେଷଣାରୁ ଜଣାପଡ଼ିଛି ଆଇସ୍କ୍ରିମ୍ ସେବନ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ ।
ଏଥିରେ ଭିଟାମିନ୍ -ଏ, ବି-୨ ଏବଂ ବି-୧୨ ଥାଏ । ଯାହା ଶରୀରର ବିଭିନ୍ନ ଅଂଶ ପାଇଁ ଲାଭଦାୟକ ହୋଇଥାଏ । ତେବେ ଏହାର ସେବନ ଉପରେ ନିୟନ୍ତ୍ରଣ ରଖିପାରିଲେ, ତାହା ଶରୀର ପାଇଁ ସାସ୍ଥ୍ୟକର ହୋଇଥାଏ ।