SUNSTARTV
ସନଷ୍ଟାରଟିଭି ବ୍ୟୁରୋ; ସାବଧାନ ହୋଇଯାଆନ୍ତୁ ଅମାନିଆ ଗାଡି ଚାଳକ । କାରଣ ଏଥର ଆଉ ଛାଡିବନି ପୋଲିସ । ଯଦି ଗାଡି ଚଳାଉଥିବା ବେଳେ ଆପଣ ଫୋନରେ କଥା ହେଉଛନ୍ତି ତାହାଲେ ଆପଣଙ୍କ ଉପରେ ପୋଲିସ ନେବ ଦୃଢ କାର୍ଯ୍ୟାନୁଷ୍ଠାନ । ଫଳରେ ଗାଡି ସହ ଫୋନକୁ ଜବତ କରିବ ପୋଲିସ ଏବଂ ଏହାକୁ କୋର୍ଟ ଚାଲାଣ ମଧ୍ୟ କରାଯିବ ।
ତେବେ ଆଜିକାଲିର କିଛି ଅମାନିଆ ଗାଡି ତାଳକ ପୋଲିସ ଚେକିଂ ସମୟରେ ପୋଲି ଉପରକୁ ଗାଡି ଚଢାଇ ପଳାଇଯାଉଥିବା ବେଳେ ଆଉ କିଛିଜଣ ହାଇସ୍ପିଡରେ ଗାଡି ନେଇ ଯାଉଛନ୍ତି । ତେବେ ଏହି ଅମାନିଆ ଡ୍ରାଇଭରଙ୍କୁ ସାବାଡ କରିବା ପାଇଁ ଏବଂ ଏହିଭଳି ଘଟଣାକୁ ରୋକିବା ପାଇଁ କମିଶନରେଟ ପୋଲିସ ଏଭଳି ଏକ ପଦକ୍ଷେପ ନେବାକୁ ଯାଉଛି । ତେବେ ଏହି ଅମାନିଆ ଡ୍ରାଇଭରଙ୍କ ବିରୁଦ୍ଧରେ ପୋଲିସ ୩୦୭ ତଫାରେ ମାମଲା ରୁଜୁ କରିବା ସହ ରାସ୍ତାରେ ସ୍ପାଇକ ବିଛାଇବାର ଯୋଜନା ମଧ୍ୟ ରଖିଛି । । ଯେଉଁଥିରେ ଖସି ପଳାଉଥିବା ଡ୍ରାଇଭରଙ୍କ ଚକା ଲିକ୍ ହୋଇଯିବ । ତେବେ ଅମାନିଆଙ୍କୁ ସାବାଡ କରିବା ପାଇଁ ଏଭଳି ଆକ୍ସନ ନେବେ ବୋଲି କହିଛନ୍ତି ପୋଲିସ କମିଶନର ।
ଆଜିକାଲି ରାଜ୍ୟ ତଥା ଦେଶରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଲାଗିଛି । ଫଳରେ ଅକାଳରେ ଚାଲିଯାଉଛି ଅନେକଙ୍କ ଜୀବନ ଏବଂ ଉଜୁଡି ଯାଉଛିି ସୁନାର ସଂସାର । ତେବେ ଏନେଇ ସରକାର ଯେତେ କଡାକଡି ନିୟମ କରିଲେ ମଧ୍ୟ ଥମିବାର ନା ନେଉନି ସଡକ ଦୁର୍ଘଟଣା । କେତେବେଳେ ଭାରସ୍ୟାମ ହରାଇ କେଉଁଠି ବସ ଓଲଡି ପଡିଲାଣି ତ ଆଉ କେତେବେଳେ ଅନ୍ୟମନସ୍କତା କାରଣରୁ ଘଟିଲାଣି ଦୁର୍ଘଟଣା । ତେଣୁ ଏହି ସବୁକୁ କିଛି ମାତ୍ରାରରେ ରୋକିବା ପାଇଁ ପୋଲିସ ଏଭଳି ପଦକ୍ଷେପ ନେବ ବୋଲି ଜଣାପଡିଛି ।