Sunstar TV
ଭୁବନେଶ୍ୱର : ଯୁଆଡେ ଦେଖିବ କୁଢ କୁଢ ମୃତ ଦେହ , ଗୁରୁତର ଆହତ ହେଇ ଆର୍ତ୍ତ ଚିତ୍କାର କରୁଥିବା ମଣିଷ ମାନେ , ବଞ୍ଚିବା ପାଇଁ ସଂଘର୍ଷ କରୁଥାନ୍ତି , ପାଣି ମୁନ୍ଦେ ମାଗୁଥାନ୍ତି, ପାଣି ଦେଉ ଦେଉ ସେଇଠି ଜୀବନ ଚାଲି ଯାଉଥାଏ । ଏ ଦୃଶ୍ୟ ହେଉଛି ଗତ ବର୍ଷ ଆଜି ଦିନର, ବାଲେଶ୍ଵର ଜିଲ୍ଲା ବାହାନଗା ଠାରେ ହୋଇଥିବା ଦେଶର ସବୁଠାରୁ ବଡ ଟ୍ରେନ୍ ଦୁର୍ଘଟଣା, ଲୌହ ଦାନବର ରକ୍ତ ଭୋଜିକୁ ସାରା ବିଶ୍ୱ ଦେଖିଲା। ଅନେକ ପରିବାର ଉଜାଡି ଦେଇଛି ଏଇ ଦୁର୍ଘଟଣା, କିଏ ମାଆକୁ ହରାଇଛି ତ କେଉଁ ବୁଢା ବାପା ତା ରୋଜଗାରିଆ ପୁଅକୁ । ହଜାର ହଜାର ମୃତ ଦେହ , ସେ ପରିସ୍ଥିତିକୁ ଯିଏ ସାମ୍ନା କରିଛି ସିଏ ହିଁ ମର୍ମେ ମର୍ମେ ବୁଝି ପାରିଛି ଜୀବନ କ’ଣ ?
ଜୁନ୍ ୨ ୨୦୨୩, ସମୟ ସଂଧ୍ୟା ୭ ଟା ୫ମିନିଟ, ସଂଧ୍ୟାର ଝାପସା ଅନ୍ଧାରକୁ ଚିରି ସାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ,ହଠାତ୍ ବାହାନଗା ଷ୍ଟେସନ୍ ଉପରେ ଛିଡା ହେଇଥିବା ଏକ ମାଲ୍ ଗାଡିକୁ ଧକ୍କା ଦେଇ ତା ଉପରେ ଚଢିଯାଇଥିଲା । କିଏ କ’ଣ ଭାବିବା ଆଗରୁ ଅନ୍ୟପଟୁ ଖୁବ୍ ଜୋରରେ ମାଡି ଆସିଥିଲା ଯଶୱନ୍ତପୁର- ହାଓଡା ଏକ୍ସପ୍ରେସ୍ । ଲାଇନଚ୍ୟୁତ କରମଣ୍ଡଳ ସହ ମାଡ ହୋଇଥିଲା । ଆଉ ତା’ ପରର ସ୍ଥିତି ଆପଣଙ୍କର ବି ଛାତି ଥରାଇ ଦେଇଛି । ଏମିତି ଗୋଟେ ସମୟରେ ଦୁର୍ଘଟଣା ହେଲା ଯେ ଲୋକ ଚାହିଁକି ମଧ୍ୟ ଉଦ୍ଧାର କରିପାରୁ ନଥିଲେ । ରାତିର ଅନ୍ଧାର ଯେମିତି କାଳ ହୋଇ ତାଙ୍କ ଉପରେ ମାଡି ବସୁଥିଲା । ଅନ୍ଧାର ଭିତରେ ଯିଏ ଯାହାକୁ ପାଇଲା ବଞ୍ଚାଇବା ପାଇଁ ଚେଷ୍ଟା କଲା । ପାଖ ଗାଁ ଲୋକେ, ଉଦ୍ଧାର କାରି ଦଳ ସମସ୍ତେ ଲାଗି ପଡିଥିଲେ । ଖବର ପାଇ ଯିଏ ଯୁଆଡେ ଥିଲେ ସମସ୍ତେ ମୁହାଁଇଲେ ସେଇ ବାହାନଗା ଆଡେ। ସମସ୍ତେ ଲାଗି ପଡିଲେ ନିଜ ଲୋକଙ୍କୁ ଖୋଜିବାରେ ଆଉ ଅଜଣା ଲୋକକୁ ଉଦ୍ଧାର କରିବାରେ ।
ଏ ଦୂର୍ଘଟଣା ଏତେ ଭୟଙ୍କର ଥିଲାଯେ ପାଖା ପାଖି ୨୭୫ ଲୋକଙ୍କ ଜୀବନ ଗଲା , ଯାହା ମୁଖ୍ୟ ଶାସନ ସଚିବ ସୂଚନା ଦେଲେ ,
ଦୂର୍ଘଟଣା ପରଦିନ ପଞ୍ଚିମ ବଙ୍ଗର ମୂଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ସହ , ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେ ସ୍ଥାନରେ ପହଞ୍ଚି ଥିଲେ। କ୍ଷତିଗ୍ରସ୍ତ ପରିବାରକୁ କ୍ଷତିପୂରଣ ଦିଆଗଲା ସତ ହେଲେ ସେଲୋକମାନେ ଅବେଳରେ ମୃତ୍ୟୁର କୋଳରେ ଯେ ଶୋଇଗଲେ ସେମାନେ ଆଉ ତାଙ୍କ ପରିବାର ?
କିଛି ଜଣ ତାଙ୍କ ପରିବାର ସହ ଘରକୁ ଫେରି ପାରିଲେ ତ କିଏ ଖାଲି ହାତରେ ପୁଣି କିଏ ସବୁଦିନ ପାଇଁ ସେଇ ବାହାନଗାରେ ଶୋଇ ପଡିଲେ , କେଉଁ ଶବର ପରିଚୟ ମିଳିଲା ତ କିଏ ଶବ ହୋଇ ତା ପରିବାରର କାହାକୁ ଅପେକ୍ଷା କରି କରି ଆଉ କାହା ହାତରେ ଦାହ ହେଲା । ବାହାନଗାର ସେଇ ସ୍କୁଲ ଘର ସବୁ ଶବରେ ପୂର୍ଣ୍ଣ। ସେ ଟ୍ରେନରେ ଯାତ୍ରା କରୁଥବା ମଣିଷଙ୍କ ଭିତରୁ ଅନେକଙ୍କର ସପ୍ନ ତ ଉଜୁଡି ଗଲା ହେଲେ ଜୀବନର ଅର୍ଥ ସେମାନେ ବୁଝାଇ ଦେଇଗଲେ । ସତରେ ଏ ଜୁନ୍ ୨ ଯେବେ ଆସିବ ସେ ଘଟଣା ଛାତି ଭିତରଟାକୁ ରୁନ୍ଧି ପକାଇବ । ସେଇ ପରିବାର ମାନଙ୍କୁ ସାନ୍ତ୍ୱନା ଦେବା ଶହ ସେମାନଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ ସନଷ୍ଟାନ ଟିଭି ତରଫରୁ ଶ୍ରଦ୍ଧଞ୍ଜଳୀ।