SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ଉଚ୍ଚ ମାଧ୍ୟମିକ (ଯୁକ୍ତ-୨) ଶିକ୍ଷା ପାଇଁ ଆରମ୍ଭ ହେବ ଆଡମିଶନ୍ ପକ୍ରିୟା ।ଏହାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ତଥା +୨ ଅନ୍ତର୍ଭୁକ୍ତ କଳା, ବିଜ୍ଞାନ, ବାଣିଜ୍ୟ, ଏବଂ ଧନ୍ଦାମୂଳକ ବିଷୟବସ୍ତୁରେ । +୨ ନାମ ଲେଖା ପ୍ରକ୍ରିୟା ଆସନ୍ତା ଜୁନ୍ ୭ ତାରିଖ ଠାରୁ ଆରମ୍ଭ ହେବ । ତେବେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଇଚ୍ଛୁକ ଛାତ୍ରଛାତ୍ରୀମାନେ ସାମସ୍ ପୋର୍ଟାଲରେ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।
ସିଏଚଏସଇ ଅଧିନ ବିଦ୍ୟାଳୟର କଳା, ବିଜ୍ଞାନ, ବାଣିଜ୍ୟ, ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ହେବ ନାମଲେଖା । ସାମ୍ସ ପୋର୍ଟାଲ www.samsodisha.gov.in ରେ କମନ୍ ଆପ୍ଲିକେସନ ଫର୍ମ ଉପଲବ୍ଧ ହେବ । ଏହି ଇ-ଆଡମିଶନ୍ ମାଧ୍ୟମରେ ଆଡମିଶନ୍ କରାଯାଉଥିବା ଅଦ୍ୟାବଧି ଉପଲବ୍ଧ ଥିବା ୨୨୨୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ବର୍ତ୍ତମାନ ସୁଦ୍ଧା ଯଥାକ୍ରମେ କଳାରେ ୨,୯୪,୮୪୦, ବିଜ୍ଞାନରେ ୧,୬୬,୯୨୯, ବାଣିଜ୍ୟରେ ୪୦,୧୦୪, ସଂସ୍କୃତରେ ୧୩,୦୮୮ ଏବଂ ଧନ୍ଦାମୂଳକ ଶିକ୍ଷାରେ ୧୦,୫୦୪ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ଉପଲବ୍ଧ ରହିଛି । ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଇ-ଆଡମିଶନ୍ ପାଇଁ ଧାର୍ଯ୍ୟ ତାରିଖ ସୂଚୀର ସବିଶେଷ ତଥ୍ୟ ବିଭିନ୍ନ ମାଧ୍ୟମରେ ଅର୍ଥାତ ସୂଚିତ କରାଯିବ ।
ସେହିପରି ଜୁନ ୩ରୁ ଆସନ୍ତା କାଲିଠାରୁ + ୩ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୦୩୭ ମହାବିଦ୍ୟାଳୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ସ୍ନାତକ (+୩) ନାମଲେଖା ପାଇଁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁନ୍ ୧୭ ଆବେଦନର ଶେଷ ଅବଧି ରହିଛି। ୧୮ ଓ ୧୯ ଦୁଇ ଦିନ ଧରି ଆବେଦନକାରୀ ଆବେଦନପତ୍ରରେ ତ୍ରୁଟି ଥିଲେ ଅନ୍ଲାଇନରେ ସଂଶୋଧନ କରିପାରିବେ ।