Sunstar TV :
ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଖରାର ପ୍ରକୋପରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ପ୍ରତି ବଢୁଛି ବିପଦ । ଏପରିକି ଜୀବନ ଚାଲିଯିବାର ମଧ୍ୟ ଭୟ ରହିଥାଏ । ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କାରଣରୁ ମଣିଷକୁ ହାର୍ଟଆଟାକ ହେଉଛି । ତେବେ କଣ ଏହାର କାରଣ ନଜର ପକାନ୍ତୁ ?
ସାଧାରଣତଃ ଖରାଦିନରେ ଅଧିକାଂଶ ଲୋକେ ଶୀଘ୍ର ଥକି ପଡ଼ନ୍ତି । ଶରୀରର ତାପମାତ୍ରା ସ୍ବାଭାବିକ ରହେ ନାହିଁ । ହାଲିଆ ଲାଗିବା ସହ ଥକାପଣ ମଧ୍ୟ ଅନୁଭବ ହୋଇଥାଏ । ଯାହାକି ହାର୍ଟଆଟାକର ଲକ୍ଷଣ ବୋଲି ସୂଚନାରୁ ଜଣାପଡିଛି । ଏଣୁ ଏହାକୁ ଅଣଦେଖା ନକରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଅନ୍ୟପଟେ ଯଦି ଅତ୍ୟଧିକ ଖରାରେ ଆପଣ ବୁଲି ଆସନ୍ତି ତାହେଲେ ମୁଣ୍ଡବିନ୍ଧା ହୋଇଥାଏ । ଶରୀରରେ ଜଳର ପରିମାଣ କମିବା କାରଣରୁ ଏଭଳି ଅନୁଭବ ହୋଇଥାଏ । ମୁଖ୍ୟତଃ ବ୍ଲଡ ପ୍ରେସର ସଠିକ ସମୟରେ ଚେକ୍ ନକଲେ ଏଭଳି ଲାଗିଥାଏ । ଏହା ମଧ୍ୟ ହାର୍ଟଆଟାକର ଲକ୍ଷଣ ବୋଲି କୁହାଯାଇପାରେ । ତେଣୁ ଅଧିକ ଖରା କାରଣରୁ ହୃଦଘାତ ହୋଇଥାଏ । ମୁଖ୍ୟତଃ ଉତାପ ବୃଦ୍ଧି କାରଣରୁ ଶରୀର ଏହାର ତାପାମାତ୍ରା ବଜାୟ ରଖିବାକୁ ଚେଷ୍ଟା କରିଥାଏ । ଏହି କାରଣରୁ ଶରୀର ଅଧିକ ରକ୍ତ ସଞ୍ଚାଚଳ କରିବାକୁ ପଡ଼େ । ତେବେ ଖରା ସମୟରେ ବୃଦ୍ଧ, ଗର୍ଭବତୀ ମହିଳା ଏବଂ ଶିଶୁମାନେ ବାହାରକୁ ନଯିବା ଉଚିତ । ଏମାନଙ୍କ କ୍ଷେତ୍ରରେ ଅଧିକାଂଶ ପ୍ରଭାବ ପଡ଼ିଥାଏ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।