Sunstar TV :
ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରି ବାହାରିଲେ ମୋଦି । ତପସ୍ୟା ଭଙ୍ଗ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀର୍ଘ ୪୫ ଘଣ୍ଟା ଧ୍ୟାନରେ ବସିବା ପରେ ଶନିବାର ଅପରାହ୍ନରେ ସେ ଧ୍ୟାନରୁ ଉଠିଛନ୍ତି । ତାମିଲନାଡୁ କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ଶିଳା ସ୍ମାରକୀରେ ଗତ ମେ’ ୩୦ ତାରିଖ ସନ୍ଧ୍ୟାରୁ ଧ୍ୟାନରେ ବସିଥିଲେ । ଧ୍ୟାନ ମଣ୍ଡପମ ଦିନରାତି ତପସ୍ୟା କରିବା ପରେ ଆଜି ଧ୍ୟାନରୁ ଉଠିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ଲାଗି ମେମୋରିଆଲରେ ରାତ୍ରି ଯାପନ କରିଥିଲେ । ଧ୍ୟାନ ସାଧନା ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ବିବେକାନନ୍ଦ ଶିଳା ସ୍ମାରକୀରୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସୂଚନା ଥାଉ କି ୧୮୯୨ ମସିହାରେ ସ୍ବାମୀ ବିବେକାନନ୍ଦ ଏଠାରେ ଧ୍ୟାନରେ ବସିଥିଲେ । ଲୋକସଭା ନିର୍ବାଚନ ୨୦୨୪ ପାଇଁ ପ୍ରଚାର ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ତପସ୍ୟା ପାଇଁ ବାହାରିଥିଲେ । ଗୁରୁବାର ସନ୍ଧ୍ୟାରୁ ମୌନ ବ୍ରତରେ ବସିଥିଲେ ମୋଦି । ତେବେ ମୋଦି ଯେଉଁ ସ୍ଥାନରେ ବସି ଧ୍ୟାନ କରୁଥିଲେ ତାହା ଖୁବ ପ୍ରସିଦ୍ଧ ସ୍ଥାନ ଥିଲା । ୧୩୧ ବର୍ଷ ପୂର୍ବେ ସ୍ୱାମୀ ବିବେକାନନ୍ଦ ଏଠାରେ ବସି କରିଥିଲେ ଧ୍ୟାନ । ମୋଦି ଧ୍ୟାନରେ ଥିବା ସମୟରେ କେବଳ ଫଳରସ ହିଁ ପିଉଥିଲେ । ଆଜି ସକାଳୁ ସୂର୍ଯ୍ୟଙ୍କୁ ପୂଜା କରି ଧ୍ୟାନ ଭାଙ୍ଗିଥିଲେ ମୋଦି । ଏହାପରେ ମୋଦି କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ଶିଳା ସ୍ମାରକୀ ବୁଲି ଦେଖିଥିଲେ । ତେବେ ଧ୍ୟାନରୁ ଉଠିବା ପରେ ବେଶ୍ ଉଜ୍ଜଳ ଦେଖାଯାଉଛନ୍ତି ନରେନ୍ଦ୍ର ମୋଦି । ଆଜି ଅପରାହ୍ଣ ୧.୩୦ରେ ଭାଙ୍ଗିଥିଲେ ଧ୍ୟାନ । ଭୀଷଣ ଗରମ ଏବଂ ପ୍ରବଳ ଉତାପ କାରଣରୁ ଏବେ ଦେଶର ଅଧାରୁ ଅଧିକ ରାଜ୍ୟ ତ୍ରାହିତ୍ରାହି ଡାକୁଛନ୍ତି । ଆଉ ଏହି ସମୟରେ ମୋଦିଙ୍କ ୪୫ ଘଣ୍ଟା ଧ୍ୟାନରେ ବସିବା ବେଶ ଚର୍ଚ୍ଚା ପାଲଟିଛି
।