Sunstar Tv
Manish Sisodia: ଦିଲ୍ଲୀର ମଦ ନୀତି ଦୁର୍ନୀତି ମାମଲାରେ ଶୁକ୍ରବାର ଦିନ ବରିଷ୍ଠ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ କୋର୍ଟରୁ କୌଣସି ଆଶ୍ୱସ୍ତି ମିଳି ନାହିଁ ।
ଏହି ମାମଲାର ଶୁଣାଣି ପରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩ ରେ ମଧ୍ୟ କୋର୍ଟରେ ଅନୁଷ୍ଠିତ ହେବ ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ଆପ୍ ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ ।
ସଞ୍ଜୟ ସିଂ ଏବଂ କେ କବିତାଙ୍କ ବିରୋଧରେ ଦାଖଲ ହୋଇଥିବା ଚାର୍ଜସିଟର କପି ଅଭିଯୁକ୍ତଙ୍କୁ ଦେବାକୁ ରାଉସ୍ ଆଭେନ୍ୟୁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ସଜା କାଟୁଛନ୍ତି ।
ଗତ ବର୍ଷ ୨୬ ଫେବୃଆରୀ ୨୦୨୩ ରେ ମନୀଷ ସିସୋଦିଆଙ୍କୁ ଗିରଫ କରାଯାଇଥିଲା ଏବଂ ସେବେଠାରୁ ତାଙ୍କ ର ଜାମିନ ନେଇ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନାହିଁ । ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବରୁ ମନୀଷଙ୍କ ନ୍ୟାୟିକ ହେପାଜତକୁ ଅନେକ ଥର ବୃଦ୍ଧି କରିସାରିଛନ୍ତି ।
ସେହିପରି ନିକଟରେ ଦିଲ୍ଲୀ ସିଏମ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଝଟକା ମିଳିଥିଲା। କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଚାହୁଁଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ ମନା କରିଦେଇଥିଲେ।
ସୁପ୍ରିମକୋର୍ଟ ରେଜିଷ୍ଟ୍ରି ଏହି ଆବେଦନ ଶୁଣାଣି କରିବାକୁ ମନା କରି ଦେଇଛନ୍ତି।
SC ପକ୍ଷରୁ କୁହାଯାଇଛି ଯେ, କେଜ୍ରିୱାଲଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏହି ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ସେଦିନ ସୁପ୍ରିମକୋର୍ଟ ନିୟମିତ ଜାମିନ ପାଇଁ ନିମ୍ନ ଅଦାଲତକୁ ଯିବାକୁ ଅନୁମତି ଦେଇଥିଲେ। ତେଣୁ ଆବେଦନ ଶୁଣାଣି କରାଯାଇପାରିବ ନାହିଁ ।
କେଜ୍ରିୱାଲ ଜୁନ୍ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନରେ ଅଛନ୍ତି।
ଦିଲ୍ଲୀର ମଦ ନୀତି ଦୁର୍ନୀତିରେ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସିଏମ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ସୁପ୍ରିମକୋର୍ଟରେ ଇଡି ଗିରଫକୁ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି।
ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ। ତେବେ ନିର୍ବାଚନରେ ପ୍ରଚାର କରିବା ପାଇଁ କୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୨ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ।