Sunstar TV :
ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିନା ଏସିରେ ବିମାନରେ ବସି ଥିଲେ ଯାତ୍ରୀ । ବିନା ଏସିରେ ବିମାନରେ ବସି ରହିବା କାରଣରୁ ଅଚେତ୍ ହୋଇଗଲେ ଯାତ୍ରୀ । ପରେ ବିମାନରୁ ଅଚେତ୍ ଯାତ୍ରୀମାନଙ୍କୁ ବାହାରକୁ ନିଆଯାଇଥିଲା । ଏଭଳି ଅଭାବନୀୟ ଘଟଣା ଘଟଛି ଦିଲ୍ଲୀ-ସାନ ଫ୍ରାନ୍ସିସକୋ ଏୟାର ଇଣ୍ଡିଆ ବିମାନରେ । ଏହି ବିମାନରେ ରହିଛି ଚରମ ଅବ୍ୟବସ୍ଥା । ୮ ଘଣ୍ଟା ବିଳମ୍ବରେ ଭରିଥିଲା ବିମାନ ଉଡାଣ । ଦୀର୍ଘ ୮ ଘଣ୍ଟାରୁ ଅଧିକ ସମୟ ଧରି ବିନା ଏସିରେ ବିମାନରେ ବସି ରହିବା କାରଣରୁ ଅଚେତ୍ ହୋଇଗଲେ ଯାତ୍ରୀ । ଗତକାଲି (ଗୁରୁବାର) ରାଜଧାନୀ ଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିସକୋ ଯିବାକୁ ଥିବା ଏୟାର ଇଣ୍ଡିଆର AI 183 ବିମାନରେ ଏହି ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଏୟାର ଇଣ୍ଡିଆର ଏହି ବିମାନ ୩୧ ତାରିଖ ଗୁରୁବାର (ଗତକାଲି) ଦିନ ୧୧ଟାରେ ଦିଲ୍ଲୀ ବିମାନ ବନ୍ଦରରୁ ସାନ ଫ୍ରାନ୍ସିସକୋ ଅଭିମୁଖେ ଉଡାଣ ଭରିବାର ଥିଲା । ହେଲେ କୌଣସି କାରଣ ଯୋଗୁଁ ବିମାନ ଉଡାଣ ବିଳମ୍ବ ହୋଇଥିଲା । ଫଳରେ ଯାତ୍ରୀମାନେ ଦୀର୍ଘ ୮ ଘଣ୍ଟା କାଳ ବିମାନ ଭିତରେ ରହିଥିଲେ । ଏହି ସମୟରେ ବିମାନରେ ଏସି ଚାଲିନଥିଲା । ଯେଉଁ କାରଣରୁ ପ୍ରବଳ ଗରମ ଗୁଳୁଗୁଳିରେ କିଛି ଯାତ୍ରୀ ଅଚେତ ହୋଇଯାଇଥିଲେ । ଏହାପରେ ବିମାନରୁ ସେହି ଯାତ୍ରୀମାନଙ୍କୁ ବାହାରକୁ ନିଆଯାଇଥିଲା । ଏହି ସମୟରେ ଜଣେ ଯାତ୍ରୀ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟ୍ୟାଗ୍ କରି ପୋଷ୍ଟ କରିଥିଲେ, କହିରଖୁଛୁ କି, ଚଳିତ ବର୍ଷ ରାଜଧାନୀ ଦିଲ୍ଲୀରେ ତାତି ରେକର୍ଡ ଭାଙ୍ଗିଛି ।