SunstarTV
ବର୍ତ୍ତମାନ ନିର୍ବାଚନ ପାଇଁ ରାଜନୈତିକ ମଇଦାନ ଅତ୍ୟନ୍ତ ଗରମ ଅଛି।ଏଥର କିଏ ସରକାର ଗଠନ କରିବେ ସେନେଇ ଅନେକ ଆଲୋଚନା ହେଉଛି। ଏହି ସମୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଓଡ଼ିଶାର ଉତ୍ତରାଧିକାରୀ ଙ୍କୁ ନେଇ ନିଜର ଉକ୍ତି ବାଢିଛନ୍ତି । ଏକ ଘରୋଇ ଚ୍ୟାନେଲ କୁ ଦିଆ ଯାଇଥିବା ସାକ୍ଷତକାରରେ ନବୀନ ଏହି ବିଷୟରେ କହିଛନ୍ତି ।ରାଜ୍ୟ ରାଜନୀତିରେ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ କିଏ ହେବେ ସେନେଇ ସବୁବେଳେ ଆଲୋଚନା ହେଇଆସୁଥିଲା । ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ କହିଛନ୍ତି…
ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ପାଇଁ କାମ କରି ଆସିଛି। ମୋ ପରେ ବି ଦଳ ଲୋକଙ୍କ ପାଇଁ କାମ କରିବ। ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି, ମୁଁ ୨୭ ବର୍ଷ ହେବ ବିଜେଡିର ସଭାପତି ଅଛି। ମୋ ପରେ ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାର ଲୋକମାନେ ନିଷ୍ପତ୍ତି ନେବେ।
ସେପଟେ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ନବୀନ ଏହା ମଧ୍ୟ କହିଛନ୍ତି ଯେ ଯଦି ସେ ମୋ ସ୍ୱାସ୍ଥ୍ୟ ପ୍ରତି ଏତେ ଚିନ୍ତିତ ତେବେ ସେ ମୋତେ ଥରେ କଲ କରି ପାରିଥାନ୍ତେ । ଏକ ସାଧାରଣ ସଭାରେ ଏହିପରି କହିବା ତାଙ୍କୁ ଶୋଭା ଦେଉ ନାହିଁ ।
ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଓଡ଼ିଶା ଗସ୍ତରେ ଆସି ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟକୁ ନେଇ ମନ୍ତବ୍ୟ ଦେଇଥିଲେ । କିନ୍ତୁ ନବୀନ ସିଧା ସିଧା କହି ଦେଇଛନ୍ତି ଯେ ମୋ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।ମାସେ ହେଲା ଖରାରେ ପ୍ରଚାର କରୁଛି । ରାଜ୍ୟବାସୀଙ୍କ ସେବା କରିବାକୁ ସମ୍ପୂର୍ଣ୍ଣ ଫିଟ୍ ଅଛି। ବିଜେଡି ନିର୍ବାଚନରେ ଭଲ ପ୍ରଦର୍ଶନ କରି ପୁଣି କ୍ଷମତାକୁ ଆସିବ। ବିଜେପି ଏବେ ହତାସ ହୋଇ ପଡ଼ିଛି। ତେଣୁ ଏଭଳି ମନ୍ତବ୍ୟ ଦେଇଛନ୍ତି। ନିର୍ବାଚନ ସମୟରେ ଏଭଳି କହିବା କେବଳ ଭୋଟ ପାଇଁ ବୋଲି କହିଛନ୍ତି ନବୀନ ।