SUNSTARTV
ସନଷ୍ଟାର ଟିଭି ବ୍ୟୁରୋ : ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ୩୧ ଡିଗ୍ରୀ ଛୁଇଁଛି ଭୁବନେଶ୍ୱରର ତାପମାତ୍ରା । ଡହ ଡହ ଖରାରେ ଭାଜି ହେଉଛନ୍ତି ରାଜ୍ୟବାସୀ । କିନ୍ତୁ ଏହିସବୁ ଭିତରେ ରାଜ୍ୟବାସୀଙ୍କ ପାଇଁ ଆସିଛି ଖୁସି ଖବର । କାରଣ ଆଜି କେରଳ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁ । ଏନେଇ ପାଗ ପୁରା ଅନୁକୂଳ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ଦେଶରେ ମୌସୁମୀର ଆଗମନ ଫଳରେ ଗ୍ରୀଷ୍ମ ଲହରୀ କମିପାରେ ବୋଲି ଅନୁମାନ କରାଯାଉଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜସ୍ଥାନରେ ୫୦ ଡିଗ୍ରୀ ଅତିକ୍ରମ କରିଛି ତାତି । ଗ୍ରୀଷ୍ମର ଅସହ୍ୟ ତାତି ପାଇଁ ସବୁ କାମ ଦାମ ଠପ୍ ରହିଛି । ଆଜି ସକାଳୁ ସକାଳୁ ମଧ୍ୟ ତାତି କଲବଲ କରିବା ଆରମ୍ଭ କରିଦେଇଛି । ସକାଳୁ ସକାଳୁ ଭବାନୀପାଟଣାରେ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଯାଇଛି । ସକାଳ ୮.୩୦ ସୁଦ୍ଧା ଭବନୀପାଟଣାରେ ୩୯ଡିଗ୍ରୀ ତାପମାତ୍ର ରେକର୍ଡ ହୋଇଛି । ତାପମାତ୍ରା ବୃଦ୍ଧି କାରଣରୁ ସନ୍ତୁଳି ହେଉଛନ୍ତି ଲୋକେ । ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡିଆ ଏକ୍ସରେ ପାଣିପାଗ ନେଇ ସୂଚନା ଦେଇଛନ୍ତି । ଚଳିତ ବର୍ଷ ମୌସୁମୀ ଶୀଘ୍ର ଆସିଥିବା ସେ କହିଛନ୍ତି । ତେବେ ମୌସୁମୀ ଶ୍ରୀଘ୍ର ଆସିଲେ ଏହି ଅସହ୍ୟ ଗରମରୁ ଲୋକେ ତ୍ରାହି ପାରିବେ ବୋଲି ଆନାଇ ବସିଛନ୍ତି ।