SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକକୁ ନେଇ ଗତ କିଛି ହେବ ଚର୍ଚ୍ଚା ଲାଗି ରହିଛି । ତାଙ୍କ ବିବାହ ବିଚ୍ଛେଦକୁ ନେଇ ସବୁଠି ହେଉଛି ଆଲୋଚନା ।ଏହାରି ଭିତରେ ଉଭୟ ଦମ୍ପତ୍ତିଙ୍କ ଛାଡପତ୍ରକୁ ନେଇ ଆସିଛି ନୂଆମୋଡ । ତେବେ ଏହି ଘଟଣାକୁ ନେଇ ହାର୍ଦ୍ଦିକ ଏବଂ ନତାଶା ମୁହଁ ଖୋଲିନଥିବା ବେଳେ ତାଙ୍କର ଜଣେ ଘନିଷ୍ଠ ସାଙ୍ଗ ଏନେଇ ଦେଇଛନ୍ତି ବିସ୍ଫୋରକ ବୟାନ । ଯାହାକୁ ନେଇ ତାଙ୍କର ଅଲଗା ହେବାର ଖବର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଏହି ଷ୍ଟାର ଦମ୍ପତ୍ତି ଅନେକ ମାସ ଧରି ପରସ୍ପର ଠାରୁ ଅଲଗା ରହିଥିବା ବେଳେ ତାଙ୍କ ସମ୍ପର୍କ ଭଲ ନଥିବା ଜଣାପଡିଛି । ହାର୍ଦ୍ଦିକ ଏବଂ ନତାଶାଙ୍କର ଜଣେ ଘନିଷ୍ଠ ବନ୍ଧୁ ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି, “ହାର୍ଦ୍ଦିକ ଏବଂ ନତାଶା ଅନେକ ମାସ ଧରି ଅଲଗା ରହୁଛନ୍ତି ଏବଂ ସେମାନଙ୍କ ଦାମ୍ପତ୍ୟ ଜୀବନରେ ପ୍ରକୃତ ସମସ୍ୟା ରହିଛି। ନତାଶା ହାର୍ଦ୍ଦିକଙ୍କ ସହ ରହୁ ନାହାଁନ୍ତି। ବର୍ତ୍ତମାନ କେହି ଜାଣି ନାହାନ୍ତି ଦୁହେଁ ପରସ୍ପର ସହିତ କଥାବାର୍ତ୍ତା କରିବେ କି ନାହିଁ । ବର୍ତ୍ତମାନ ପାଇଁ, ଆଶା ଅଛି ଯେ ଆଜି ନହେଲେ କାଲି ସେମାନଙ୍କ ମଧ୍ୟରୁ ଜଣେ ନିଶ୍ଚିତ ଭାବରେ ଫୋନ ଉଠାଇବେ ଏବଂ ମିଶିଯିବେ । କିନ୍ତୁ ଏବେ ପରିସ୍ଥିତି ଠିକ୍ ନାହିଁ । ତେବେ ହାର୍ଦ୍ଦିକ ଏବଂ ନତାଶାଙ୍କ ବନ୍ଧୁଙ୍କ ଏଭଳି ବୟାନ ବର୍ତ୍ତମାନ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଥିସହିତ ଉଭୟଙ୍କ ବିଚ୍ଛେଦ ଖବରକୁ ଆହୁରି ମଜବୁତ କରିଛି ।
ହାର୍ଦ୍ଦିକ ଏବଂ ନତାଶା ଷ୍ଟାନକୋଭିକ୍ ୨୦୨୦ ମସିହାରେ ବିବାହ କରିଥିବା ବେଳେ ତାଙ୍କର ଏକ ପୁତ୍ର ମଧ୍ୟ ଅଛି , ଯାହାର ନାମ ଅଗସ୍ତ୍ୟ । କିନ୍ତୁ ୨୦୨୪ ମସିହାରେ, ହାର୍ଦ୍ଦିକ ଏବଂ ନତାଶାଙ୍କ ଛାଡପତ୍ର ଖବର ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି । ଖାସ କରି ନତାଶା ଯେତେବେଳେ ତାଙ୍କ ଇଷ୍ଟାଗ୍ରାମ ଆକାଉଣ୍ଟରୁ ପାଣ୍ଡ୍ୟାଙ୍କ ଟାଇଟେଲ ହଟାଇଲେ, ସେତେବେଳେ ଏହି ଖବର ସ୍ପଷ୍ଟ ବୋଲି ଜଣାପଡିଥିଲା । ଏହା ବ୍ୟତୀତ ନତାଶା ସେହି ସମସ୍ତ ଫଟୋକୁ ତାଙ୍କ ଆକାଉଣ୍ଟରୁ ଡିଲିଟ କରିଛନ୍ତି ଯେଉଁଥିରେ ସେ ପାଣ୍ଡ୍ୟାଙ୍କ ସହ ରହିଥିଲେ । ଫଳରେ ଉଭୟଙ୍କ ଅଲଗା ହେବାର ଖବର ଚର୍ଚ୍ଚାରେ ଥିଲା । କିନ୍ତୁ ଏବେଯାଏ ଉଭୟଙ୍କ ସମ୍ପର୍କକୁ ନେଇ ପାଣ୍ଡ୍ୟା ଏବଂ ନତାଶା ମୁହଁ ଖୋଲି ନଥାବା ଜଣାପଡିଛି ।