SUNSTARTV
ସନଷ୍ଟାରଟିଭି ବ୍ୟୁରୋ:ଚଳିତ ନିର୍ବାଚନକୁ ନେଇ ବେଶ ଗରମ ଥିଲା ରାଜନିତି ପାଣିପାଗ । ଗ୍ରୀଷ୍ମ ତାତିଠୁ ବଢୁଥିଲା ରାଜନୀତିର ତାତି । ହେବି ୱେଟ ନେତାଙ୍କ ଘନ ଘନ ପ୍ରଚାର ରାଜନୀତିକୁ କରୁଥିଲା ସରଗରମ । ଗାଁ ଠୁ ସହର ସବୁଠି ଚାଲୁଥିଲା ନିର୍ବାଚନି ପ୍ରଚାର । ଦୁଲୁକୁଥିଲା ରାଜରାସ୍ତା ଆଉ ଥରୁଥିଲା ପ୍ରାର୍ଥୀଙ୍କ ଛାତି । କିନ୍ତୁ ଏହିସବୁଥିରେ ଆଜୁଠୁ ଲାଗିବ ବ୍ରେକ୍ । ଆଜି ସରିବ ଏପ୍ରିଲ ମାସରୁ ଆରମ୍ଭ ହୋଇଥିବା ନିର୍ବାଚନି କୋଳାହଳ । କାରଣ ଚଳିତ ନିର୍ବାଚନର ଅନ୍ତିମ ପ୍ରର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଆରମ୍ଭ ହେବ । ଏନଇ ଆଜି ରହିଛି ପ୍ରଚାରର ଶେଷ ଦିନ । ଆଜି ସନ୍ଧ୍ୟାରୁ ଲାଗୁ ହୋଇଯିବ ପ୍ରଚାର କଟଣା । ସେଥିପାଇଁ ଆଜି ମାରାଥନ ପ୍ରଚାର କରୁଛନ୍ତି ହାଇଭୋଲଟେଜ୍ ନେତା ।
ଜୁନ୍ ୧ ତାରିଖରେ ଦେଶରେ ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ରାଜ୍ୟରେ ମଧ୍ୟ ହେବ ୪ର୍ଥ ପ୍ରର୍ଯ୍ୟାୟ ଭୋଟ । ୬ଟି ଲୋକସଭା ସମେତ ୪୨ ଟି ବିଧାନସଭା ପାଇଁ ହେବ ମତଦାନ । ସେହିପରି ଦେଶର ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ସଂସଦୀୟ କ୍ଷେତ୍ର ପାଇଁ ମତାଧିକାର ସାବ୍ୟସ୍ତ କରିବେ ଭୋଟର ।ବିଜେଡି ବିଜେପି କଂଗ୍ରେସ ସମେତ ଅନ୍ୟ ସମସ୍ତ ପ୍ରମୁଖ ଦଳର ତୁଙ୍ଗନେତାମାନେ ଶେଷ ପର୍ଯ୍ୟାୟ ଭୋଟ ପାଇଁ କରୁଛନ୍ତି ଜୋରଦାର ପ୍ରଚାର । ସେମାନେ ବିଭିନ୍ନ କଥା କହି ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରୁଥିବା ବେଳେ ନିର୍ବାଚନୀ ନଦୀ ପାର ହେବାକୁ ଲଗାଇ ଦେଇଛନ୍ତି ସବୁ ଶକ୍ତି ।
ତେବେ ପ୍ରଚରାର ଶେଷ ଦିନରେ ଆଜି ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟକ ନିଜର ମାରାଥନ ପ୍ରଚାର ଜାରି ରଖିଛନ୍ତି । ସେ ବିଭିନ୍ନ ସ୍ଥାନକୁ ଯାଇ ଦଳ ପାଇଁ କରୁଛନ୍ତି ଭୋଟ ଭିକ୍ଷା । ଏଥିସହିତ ଶେଷ ପ୍ରର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭଦ୍ରକର ଚାନ୍ଦବାଲିରେ ବିଶାଳ ଜନସମାବେଶ କରିବେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ । ଏହା ବ୍ୟତୀତ ଭିକେ ପାଣ୍ଡିଆନ ମଧ୍ୟ ଆଜି ବାଲେଶ୍ୱରରେ ରୋଡ ଶୋ କରିବା ସହ କରିବେ ଜନସଭା ।
ସେହିପରି ବିଜେପରି ଷ୍ଟାର ପ୍ରଚାରକ ମାନେ ଓଡିଶା ଆସି କରିଛନ୍ତି ମାରାଥନ ପ୍ରଚର । ୨୮ ତାରିଖରେ ଅମିତ ଶାହା ଓଡିଶା ଆସିଥିବା ବେଳେ ୨୯ ତାରିଖରେ ଦିନିକିଆ ଓଡିଶା ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଏବଂ ବିଜେପି ତୁଙ୍ଗ ନେତାମାନେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କରୁଛନ୍ତି ପ୍ରଚାର । ଏହିସବୁ ଭିତରେ ପଛରେ ପଡି ନାହାଁନ୍ତି କଂଗ୍ରେସ ନେତା ରାହୁଲ । ସେ ପୂର୍ବରୁ ବଲାଙ୍ଗିର ଏବଂ ସାଲେପୁରରେ ପ୍ରଚାର କରିଥିବା ବେଳେ ଆଜି ଭଦ୍ରକ ଲୋକସଭା କ୍ଷେତ୍ରର ସିମୁଳିଆରେ କରିବେ ନିର୍ବାଚନୀ ପ୍ରଚାର ଆଉ ଦଳ ପାଇଁ ଭଗିବେ ଭୋଟ । ଚଳିତ ଥର କଂଗ୍ରେସ ୫ ନ୍ୟାୟ, ୨୫ ଗ୍ୟାରେଂଟିକୁ ନେଇ ପ୍ରସ୍ତୁତ କରିଛି ନିର୍ବାଚନ ଇସ୍ତାହାର । ରୋଜଗାର ସୃଷ୍ଟି, ଦାଦନ ସମସ୍ୟା, ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବା କଥା କହି ଭୋଟ୍ ଦେବାକୁ ଅପିଲ କରିଛି କଂଗ୍ରେସ ।