ହିନ୍ଦୁ ଧର୍ମ ଏବଂ ଶାସ୍ତ୍ର ଅନୁସାରେ ଶାଳଗ୍ରାମଙ୍କୁ ଭଗବାନ ବିଷ୍ଣୁଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ । ବିଷ୍ଣୁ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସେମାନଙ୍କ ଘରେ ଶାଳଗ୍ରାମ ରଖିଥାନ୍ତି ବେଂ ପ୍ରତ୍ୟେକ ଦିନ ପୂଜା- ଅର୍ଚ୍ଚନା କରନ୍ତି ସେମାନଙ୍କ ଉପରେ ଭଗବାନ ବିଷ୍ଣୁଙ୍କ ସମେତ ମା ଲକ୍ଷ୍ମୀଙ୍କ ଆର୍ଶିବାଦ ମଧ୍ୟ ରହିଥାଏ । ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ସେହି ଘର ତୀର୍ଥ ପରି ମନେ ହୋଇଥାଏ । କିନ୍ତୁ ଶାଳଗ୍ରାମଙ୍କୁ ଯଦି ଘରେ ସଠିକ ଉପାୟରେ ଏବଂ ନିତି ନିୟମରେ ରଖା ନ ଯାଏ ତେବ ଏହା ଆପଣଙ୍କୁ ଅନେକ ସମସ୍ୟାରେ ପକାଇବା ସହ ଘରେ ଅଶାନ୍ତି ମଧ୍ୟ ସୃଷ୍ଟି ହୋଇଥାଏ । ଯଦି ଆପଣବି ଆପଣଙ୍କ ଘରେ ଶାଳଗ୍ରାମ ରଖିବାକୁ ଚାହୁଁଛନ୍ତି ତେବେ ଏହ ଲେଖାଟିକୁ ଆଗ ସମ୍ପୂର୍ଣ୍ଣ ପଢି ନିଅନ୍ତୁ । ନଚେତ ଆପଣଙ୍କ ଘରେ ସୁଖ ସମୃଦ୍ଧି ବଦଳରେ ମାଡି ଆସିବ ବିପତ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଘରେ ଶାଳଗ୍ରାମ ସ୍ଥାପନ ପୂର୍ବରୁ କେଉଁସବୁ ନିୟମ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଏବଂ ପାଳନ କରିବା ଉଚିତ୍ ।
ଘରେ ଶାଳଗ୍ରାମ ରଖିବା ଆଗକୁ ଜାଣନ୍ତୁ ନିୟମ:
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣ ଯଦି ଘରେ ଆଶଗ୍ରାମ ରଖୁଛନ୍ତି ତେବେ ଗୋଟିଏ ହିଁ ଶାଳଗ୍ରାମ ସ୍ଥାପନା କରନ୍ତୁ । ଯଦି ଆପଣଙ୍କ ଘରେ ଅଧିକ ଶାଳଗ୍ରାମ ଅଛନ୍ତି ତେବେ ତାଙ୍କୁ କ୍ଷମା ପ୍ରାଥନା କରି ନଦୀରେ ବିସର୍ଜନ କରାଇ ଦିଅନ୍ତୁ । ନଚେତ୍ ଏହା ଘରେ ସୁଖ ଶାନ୍ତି ବଦଳରେ ଅଶାନ୍ତି ସୃଷ୍ଟି କରିବ ।
-ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶାଳଗ୍ରାମ ପୂଜା କରିବାର ମଧ୍ୟ କିଛି ନିର୍ଦ୍ଧିଷ୍ଟ ନିୟମ ରହିଥାଏ । ଶାଳଗ୍ରାମ ପୂଜା ସମୟରେ ଅକ୍ଷତର ବ୍ୟବହାର ଭୁଲରେ ବି କରନ୍ତୁ ନାହିଁ । ଯଦି ଆପଣ ଅକ୍ଷତ ଅର୍ପଣ କରିବାକୁ ଚାହୁଁଛନ୍ତି ତେବେ ହଳଦିଆ ରଙ୍ଗର ଅକ୍ଷତ ଶାଳଗ୍ରାମଙ୍କୁ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢିବା ସହ ଘରେ ଶାନ୍ତି ରହିଥାଏ ।
-ଯେଉଁ ଘରେ ଶାଳଗ୍ରାମ ସ୍ଥାପିତ ହୋଇଥାଏ ସେହି ଘରେ କିମ୍ବା ଘରର କୌଣସି ସଦସ୍ୟ ମଦ,ମାଂସ, ତବାଖୁ ଆଦି ନିଶାଦ୍ରବ୍ୟ ସେବନ କରିବାକୁ ବାରଏ କରାଯାଏ । ନଚେତ୍ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଫଳରେ ଘରେ କଳହ, ଅଶାନ୍ତି ଲାଗି ରହେ ।
-ଶାସ୍ତ୍ର ଅନୁସାରେ ଯଦି ଆପଣ ଘରେ ଶାଳଗ୍ରାମ ରଖୁଛନ୍ତି ତେବେ ଏହାକୁ ତୁଳସୀ ଗଛ ସହିତ ରଖନ୍ତୁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ ଆର୍ଶିବାଦ କୃପା ରହିଥାଏ ।
-ଜ୍ୟୋତିଷ ଶାସ୍ତ୍ର ମତରେ ଶାଳଗ୍ରାମଙ୍କୁ ପ୍ରତ୍ୟେକ ଦିନ ପଞ୍ଚାମୃତରେ ସ୍ନାନ କରାଇବା ଉଚିତ୍ । ଏହାକୁ ଶୁଭ ବୋଲି ବିବେଚନା କରାଯାଇଥାଏ । ଏପରି କରିବା ଦ୍ୱାରା ଘରେ ସୁଖ ସମୃଦ୍ଧିର ବାସ ହେବା ସହ ଧନ ପ୍ରାପ୍ତି ହେବାର ମଧ୍ୟ ସମ୍ଭାବନା ରହିଥାଏ ।
ଏହିପରି କରନ୍ତୁ ଶଳାଳଗ୍ରାମଙ୍କ ପୂଜା:
ଶାଳଗ୍ରାମଙ୍କ ପୂଜା କରିବା ପୂର୍ବରୁ ସର୍ବ ପ୍ରଥମେ ନିଜେ ଶୁଦ୍ଧ ହୁଅନ୍ତୁ । ଏହାପରେ ଶାଳଗ୍ରାମଙ୍କୁ ପଞ୍ଚାମୃତ ତଥା ଦୁଗ୍ଧ, ଦହି ମହୁ, ଗଙ୍ଗାଜଳ ଏବଂ ଘିଅ ଆଦିରେ ସ୍ନାନ କରାନ୍ତୁ । ଏହାପରେ ଫୁଲ, ଚନ୍ଦନ, ଆଦି ଅର୍ପଣ କରି ଘିଅ ଦୀପ ଦିଅନ୍ତୁ । ଏହିସବୁ କର୍ମ ସରିବା ପରେ ଶାଳଗ୍ରାମଙ୍କୁ ଭୋଗ ଅର୍ପଣ କରନ୍ତୁ ଏବଂ ସେଥିରେ ତୁଳସୀ ପତ୍ର ନିଶ୍ଚିତ ରଖନ୍ତୁ । ସର୍ବ ଶେଷରେ ଭଗବାନ ବିଷ୍ଣୁଙ୍କ ଆରତୀ କରନ୍ତୁ ।