SUNSTARTV
ସନଷ୍ଟାରଟିଭି ବ୍ୟୁରୋ:ସାଉଦ ଚଳଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର । ଯାହା ଜାଣିବା ପରେ କଳାକାର ଜଗତ ସମେତ ସାରା ଦେଶରେ ଖେଳିଯାଇଛି ଚାଞ୍ଜଲ୍ୟ । ଏଥିସହିତ ଏହି ଖବରଟିକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପ୍ରଶଂସକ । ତେବେ ସାଉଦସିନେ ଜଗତର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ହେଉଛି ପୁଷ୍ପାଦ ରାଇସ୍ । ଯେଉଁଥିରେ ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ସମେତ ରଶ୍ମିକା ମନ୍ଦାନା ଏବଂ ଖଳନାୟକ ଭୂମିକାରେ ଫହାଦ ଫାଜିଲ ନିଜର ଚମତ୍କାର ଅଭିନୟ ଦେଖାଇଥିଲେ । ଏଥିସହିତ ଜିତିଥିଲେ ଦର୍ଶକଙ୍କ ହୃଦୟ । ସିନେମାରେ ସମସ୍ତଙ୍କୁ ଡରାଉଥିବା ଖଳନାୟକ ଆଜି କିନ୍ତୁ ଜୀବନ ଯୁଦ୍ଧରେ ନିଜେ ଡରିଯାଇଛନ୍ତି । ସେ ଏକ ମାରାତ୍ମକ ରୋଗର ଶିକାର ହୋଇଛନ୍ତି । ଯାହା ଜଣାପଡିବା ପରେ ଚିନ୍ତାରେ ପଡିଥନ୍ତି ତାଙ୍କ ପ୍ରଶଂସକ । ନିକଟରେ ଫହାଦ ଫାଜିଲ ଏକ ସ୍କୁଲ ଉଦ୍ଘାଟନରେ ଅତିଥି ହୋଉ ଯାଇଥିଲେ । ସେଠାରେ ସେ ତାଙ୍କର ଅଭିଭା,ମ ରଖିବା ସହ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଏକ ବଡ ଖୁଲାସା କରିଥିଲେ । ସେ ଏକ ବିରଳ ମସ୍ତିଷ୍କ ରୋଗ ଏଡି.ଏଚ୍.ଡି ରୋଗରେ ପିଡିତ ଅଛନ୍ତି । ସାଧାଣତଃ ଏହି ରୋଗ ପିଲାବେଳେ ହୋଇଥାଏ । କିନ୍ତୁ ଫହାଦ ଫାଜିଲଙ୍କୁ ଏହି ରୋଗ ୪୧ ବର୍ଷ ବୟସରେ ହୋଇଛି । ତେବେ କଣ ଏହି ଏଡି.ଏଚ୍.ଡି ରୋଗ ? ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ ସମ୍ପୂର୍ଣ୍ଣ ଖବର ।
କଣ ଏହି ଏଡି.ଏଚ୍.ଡି ରୋଗ ?
ଏହି ଏଡି.ଏଚ.ଡି ରୋଗ ହେଉଛି ଆଡଲ୍ଟ ଆଟେନ୍ସନ ଡିଫିସିଏଟ ହାଇପରଏକ୍ଟଭିଟି ଡିସଅର୍ଡର । ଏହା ପେରି କେ ରୋଗ ଯାହା ମସ୍ତିଷ୍କର ବିକାଶକୁ ପ୍ରଭାବିତ କରିଥାଏ । ଏହି ଡିସଅଡର ସାଧାରଣତଃ ପିଲାବେଳେ ହିଁ ହୋଇଥାଏ । ଯେଉଁଥିରେ କିଛି ପିଲା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଆନ୍ତି , ତ କିଛି ଲୋକ ଏହି ରୋଗକୁ ଜୀବନ ସାରା ଭୋଗିଥାନ୍ତି ।
ତେବେ ଏହି ରୋଗରେ ପିଡିତ ହୋଇଥିବା ଲୋକମାନେ ନିରୋ ଡାଇବେଟିଜ ହୋଇଥାନ୍ତି । ଯଦି ସରଳ ଭାଷାରେ କହିବା ଏଡି.ଏଚ୍.ଡି ରୋଗରେ ପିଡିତ ଲୋକଙ୍କ ମସ୍ତିଷ୍କ ଅଲଗା ଭାବରେ ବିକଶିତ ହୋଇଥାଏ । ଏହି ରୋଗରେ ପିଡିତ ଲୋକମାନଙ୍କ ବ୍ରେନର କିଛି ଅଂଶ ଅସମାନ ହୋଇଥାଏ । ଫଳରେ ଏମାନେ ଯୁକ୍ତି କରିବା, କୌଣସି କାମ ପାଇଁ ଯୋଜନା କରିବା , ନିଷ୍ପତ୍ତି ନେବା ଏବଂ ନିଜ ଧ୍ୟାନ କେନ୍ଦ୍ରିଭୂତ କରିବା ଆଦିରେ ସେମାନେ ଅକ୍ଷମ ହୋଇଥାନ୍ତି । ଯେଉଁ ରୋଗ ବର୍ତ୍ତମାନ ଫୁଷ୍ପା ଚଳଚ୍ଚିତ୍ରର ଖଳନାୟକ ଫହାଦ ଫାଜିଲଙ୍କୁ ହୋଇଛି । ତେବେ ମେଡିକାଲ ଟର୍ମରେ ଏହି ରୋଗର କୌଣସି ଚିକିତ୍ସା ନଥିବା ଜଣାପଡିଛି ।
ଏଡି.ଏଚ.ଡି ରୋଗର ଲକ୍ଷଣ :
ଏହି ରୋଗର କିଛି ଲକ୍ଷଣ ରହିଥାଏ ଯାହା ବ୍ୟକ୍ତିକୁ ଅସ୍ୱଭାବିକ କରିଥାଏ । ତେବେ ସେହି ଲକ୍ଷଣ ଗୁଡିକ ହେଊଛି ।
ଅତ୍ୟଧିକ ରାଗି
ଜିନିଷକୁ ସଜାଡି ରଖିବାରେ ସମସ୍ୟା
ସମୟ ପରିଚାଳରେ ସମସ୍ୟା
ଧ୍ୟାନ ଦେବାକୁ ଅସମର୍ଥ ।
ମଲ୍ଟିଟାସ୍କିଂରେ ଅସୁବିଧା ।
ପ୍ରତ୍ୟେକ କାର୍ୟ୍ୟରେ ଶୀଘ୍ର କିମ୍ବା ଅସ୍ଥିରତା ।
ଜିନିଷଗୁଡିକ ସଠିକ୍ ଭାବରେ ଯୋଜନା କରିବାକୁ ସକ୍ଷମ ନୁହେଁ ।
ମୁଡ୍ ସୁଇଙ୍ଗ୍ ।
ସହଜରେ ହତାଶ ହୁଅ ।
ଚାପ ସହିତ ମୁକାବିଲା କରିବାରେ ଅସୁବିଧା ।