SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜିକାଲିର ଏହି ଆଧୁନିକ ଯୁଗରେ ପରସ୍ପର ମଧ୍ୟରେ ଚାଲିଛି ରେସ । ଯେଉଁଥିରୁ ବାଦ ପଡିନି ଭାରତ । ଅନ୍ୟ ଦେଶ ପରି ଭାରତ ମଧ୍ୟ ଆପଣାଇଛି ଟେକନାଲୋଜି । ଫଳରେ ଭାରତର ମୁମ୍ବାଇ ସହରରେ ହୋଇଛି ସମୁଦ୍ରତଳେ ରାସ୍ତା । ଅଳ୍ପ ସମୟ ବ୍ୟବଧାନରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ଜନତା । ନା ରହିବ ଟ୍ରାଫିକ ସମସ୍ୟା ନା ହୋକୁ ପଡିବ ହଇରାଣ । ତେଣୁ ଏହିସବୁକୁ ଦୃଷ୍ଟି ରଖି ହୋଇଥିଲା ପାଣି ଭିତରେ ଟନେଲ । ଯାହାକି ମୁମ୍ବାଇବାସୀଙ୍କ ଯାତ୍ରାକୁ ସହଜ କରିଛି । କିନ୍ତୁ ଉଦ୍ଘାଟନ ହେବାର ମାତ୍ର ୨ ମାସ ପରେ ଏହାକୁ ନେଇ ବଢିଛି ଚିନ୍ତା । କାରଣ ଏହି ଟନେଲରୁ ହେଉଛି ପାଣି ଲିକ୍ । ଫଳରେ ବଡ ଦୁର୍ଘଟଣା ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି । ୯ କିମି ବିଶିଷ୍ଟ ଏହି ଟନେଲରେ ଲୋକେ ଏବେ ଯାତ୍ରା କରିବାକୁ ଭୟ କରୁଥିବା ବେଳେ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଏହି ରାସ୍ତାର ଗୁଣାବତ୍ତାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । କୋଟି କୋଟି ଟଙ୍କା ବ୍ୟୟ ଓଟକଳରେ ନିର୍ମିତ ହୋଇଥିବା ଟନେଲରେ କାହିଁକି ହେଉଛି ପାଣି ଲିକ୍ ? ଏଥିପାଇଁ କିଏ ରହିବ ଦାୟୀ ? ଜନତାଙ୍କ ଜୀବନ କଣ ଏତେ ମୂଲ୍ୟହୀନ ? ଏତେ ଟଙ୍କା ଖର୍ଚ୍ଚରେ ଏତେ ନିମ୍ନମାନର କା ର୍ଯ୍ୟ କଣ ପାଇଁ ବୋଲି ବର୍ତ୍ତମାନ ପ୍ରଶ୍ନ କରିଛନ୍ତି ମୁମ୍ବାଇବାସୀ । ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସେ କହିଛନ୍ତିି ଟନେଲରୁ ପାଣି ଲିକ ହେବା ଘଟଣା ମୋ ପାଖକୁ ଆସିଛି । ଏନେଇ ଅନୁସନ୍ଧାନ ଜାରି ରହିବା ସହ କିମଶନରଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଅଧିକାରୀ ଏବଂ ବିଶେଷଜ୍ଞଙ୍କ ସହ ନେଇ ପରାମର୍ଶ ମଧ୍ୟ ନିଆଯାଇଛି । ତେବେ ଏହାର ମୂଳ ଢାଞ୍ଚା ପ୍ରତି କୌଣସି ବିପଦ ନଥିବା ଜଣା ପଡିଛି । ତେବେ ଏହି ୯ କିମି ବିଶିଷ୍ଟ ଟନେଲରେ ଦୁଇ -ତିନୋଟି ସ୍ଥାନରେ ଲିକେଜ ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଏହାର ମରାମତି ହେବ । ଏଥିସହିତ ଏହାର ସ୍ଥାୟୀ ସମାଧାନ କରାଯିବ। ଯାତ୍ରୀଙ୍କୁ କୌଣସି ଅସୁବିଧା ହେବ ନାହିଁ। ବର୍ଷା ଦିନେ ଯେପରି ପାଣି ଭର୍ତ୍ତି ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।