SunstarTV
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୋର ୪ଟା ସମୟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅସୁସ୍ଥତା ହେତୁ ତାଙ୍କୁ ଖୋର୍ଦ୍ଧା ଜେଲରୁ ଅଣାଯାଇଥିବା ପ୍ରଶାନ୍ତ ଜଗଦେବଙ୍କ ଓକିଲ ସୂଚନା ଦେଇଛନ୍ତି। ତାଙ୍କୁ ମେଡିସିନ୍ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁସାରେ ତାଙ୍କର ସ୍ପାଇନାଲ କର୍ଡ ସହିତ ଡାଇବେଟିସ ବଢିଯାଇଛି। ଏହା ସହିତ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ଅଛି ବୋଲି ବିଧାୟକଙ୍କ ଓକିଲ କୋର୍ଟରେ ଅପିଲ କରିଥିଲେ। ଏହାପରେ କୋର୍ଟଙ୍କ ଆଦେଶକ୍ରମେ ଜେଲରେ ପ୍ରଶାନ୍ତ ଜଗଦେବଙ୍କର ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଇଥିଲା। ତାପରେ କୋର୍ଟ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବେଗୁନିଆ ଅନ୍ତର୍ଗତ କାଉଁରୀପାଟଣା ପ୍ରକଳ୍ପ ବିଦ୍ୟାଳୟର ୧୧୪ ନମ୍ବର ବୁଥରେ ମାରପିଟ୍, ଗଣ୍ଡଗୋଳ, ଇଭିଏମ୍ ଭଙ୍ଗାରୁଜା ଅଭିଯୋଗରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଗିରଫ କରାଯାଇଥିଲା। ପରେ ତାଙ୍କୁ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା।