SunstarTV
ଭାରତୀୟ କ୍ରିକେଟ୍ ଟିମ୍ ର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବ, ଏହାର ଉତ୍ତର ଏବେ ଯାଏ ମିଳିନାହିଁ । ମୁଖ୍ୟ କୋଚ୍ ପଦ ପାଇଁ ବିସିସିଆଇ ଆବେଦନ ଆହ୍ୱାନ କରିଥିଲା ଏବଂ ମେ ୨୭ ଏହାର ଶେଷ ତାରିଖ ଥିଲା । ଏକ ରିପୋର୍ଟ ଅନୁସାରେ ଶେଷ ତାରିଖ ସୁଦ୍ଧା ମୁଖ୍ୟ କୋଚ୍ ପାଇଁ ବିସିସିଆଇକୁ ୩୦୦୦ରୁ ଊର୍ଦ୍ଧ୍ଵ ଆବେଦନ ମିଳିଥିବା ବେଳେ ଏଥିରେ ଅଧିକାଂଶ ଜାଲ୍ ଆବେଦନ ପତ୍ର ରହିଛି। ଏ ସମ୍ପର୍କିତ ଏକ ଆଶ୍ଚର୍ଯ୍ୟଜନକ ଖବର ମଧ୍ୟ ସାମ୍ନାକୁ ଆସିଛି । ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏକ ଖବର ଅନୁସାରେ ବିସିସିଆଇକୁ ମିଳିଥିବା ଆବେଦନରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ମହାନ୍ କ୍ରିକେଟର୍ ସଚିନ୍ ତେନ୍ଦୁଲକର, ପୂର୍ବତନ
କ୍ରିକେଟର୍ ଏମ୍ଏସ୍ ଧୋନି ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ନାମ ରହିଛି। ତେବେ ଏ ସମସ୍ତ ଆବେଦନ ଜାଲ୍ ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ କିଛି ଦିନ ପୂର୍ବରୁ ବିସିସିଆଇ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନକୁ ଆମନ୍ତ୍ରଣ କରାଯାଇଥିଲା। ଏହି ପଦ ପାଇଁ ଆବେଦନ କରିବା ପାଇଁ ଏକ ଗୁଗୁଲ ଡକ୍ୟୁମେଣ୍ଟ ଫର୍ମ ଅନଲାଇନରେ ଜାରି କରାଯାଇଥିଲା। ଏହା ଜରିଆରେ ଯେଉଁ ପ୍ରାର୍ଥୀମାନେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଭାରତୀୟ କିକେଟ ଦଳର ମୁଖ୍ୟ କୋଚ ପାଇଁ ଇଚ୍ଛୁକ ଥିଲେ ସେମାନେ ଏଥିରେ ଆବେଦନ କରିଥିଲେ। ଏହି ଆବେଦନର ଶେଷ ତାରିଖ ମଇ ୨୭ ତାରିଖ ପର୍ଯ୍ୟନ୍ତ ଥିଲା।