SunstarTV
୨୦୨୪-୨୫ ଶିକ୍ଷାବର୍ଷରେ ୨ବର୍ଷିଆ ବିଇଡି, ବିଏଚ୍ଇଡି ଓ ଏମ୍ଇଡିରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ । ଆଗ୍ରହୀ ଛାତ୍ରଛାତ୍ରୀମାନେ ଜୁନ୍ ୧୦ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ।
ଆବେଦନପତ୍ର ବା କମନ୍ ଆପ୍ଲିକେସନ୍ ଫର୍ମରେ ତ୍ରୁଟି ଥିଲେ, ଜୁନ୍ ୧୧ ତାରିଖ ଦିନ ସଂଶୋଧନ କରିପାରିବେ। ଜୁଲାଇ ୧୫ ତାରିଖରେ ଏସ୍ଏସ୍ବି ୱେବ୍ସାଇଟ୍ରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ।
ଗୁରୁତ୍ୱପୂର୍ଣ ତାରିଖ :
ସୂଚନା ମୁତାବକ ଚଳିତ ଥର ବିଇଡି ଓ ବିଏଚ୍ଇଡି ପାଇଁ ପ୍ରବେଶିକା ପରୀକ୍ଷା ଜୁଲାଇ ୨୪ ତାରିଖରେ ଅନୁଷ୍ଠିତ ହେବ । ସେହିପରି ଏମ୍ଇଡି ପାଇଁ ଜୁଲାଇ ୨୫ ତାରିଖରେ ଅନୁଷ୍ଠିତ ହେବ।
କିପରି କରିବେ ଆବେଦନ :
ବିଜ୍ଞପ୍ତି ଅନୁଯାୟୀ, ଆଶାୟୀମାନେ ସାମ୍ସ୍ ପୋର୍ଟାଲ୍ www.samsodisha.gov.inରେ ଆବେଦନ କରିବେ। ଆବେଦନ ଓ ନାମଲେଖା ପ୍ରକ୍ରିୟା ସାମ୍ସ୍ ପୋର୍ଟାଲ୍ ମାଧ୍ୟମରେ କରାଯାଉଥିବା ବେଳେ ଏସ୍ଏସ୍ବି ପରୀକ୍ଷା ସଞ୍ଚାଳନ କରିବ।
ଆବେଦନ ପ୍ରକ୍ରିୟା ସରିବା ପରେ ଆବେଦନକାରୀଙ୍କ ସମସ୍ତ ତଥ୍ୟ ଜୁନ୍ ୧୮ ତାରିଖରେ ଏସ୍ଏସ୍ବିକୁ ପ୍ରଦାନ କରାଯିବ। ପରୀକ୍ଷା ସରିବା ପରେ ଜୁଲାଇ ୧୫ରୁ ୨୨ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ସେମାନଙ୍କ ସ୍ନାତକ ମାର୍କ ଅପଡେଟ୍ କରିପାରିବେ। ତା’ ପରେ ଫଳ ପ୍ରକାଶ ପାଇବା ସହ ସିଟ୍ ଆବଣ୍ଟନ କରାଯିବ।
ଚଳିତ ବର୍ଷ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ। ପ୍ରତିଟି ପର୍ଯ୍ୟାୟରେ ୪ଟି ରାଉଣ୍ଡ ରହିଛି। ଛାତ୍ରଛାତ୍ରୀମାନେ ଯେଉଁ ରାଉଣ୍ଡରେ ନାମ ଲେଖାଇବାକୁ ଚୟନ ହେବେ, ସେହି ରାଉଣ୍ଡରେ ନାମ ଲେଖାଇପାରିବେ । ନଚେତ ବାଦ ପଡିବେ ।