Sunstar Tv
Ram Rahim: ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ ସିଂ ଏବଂ ଅନ୍ୟ ଚାରିଜଣ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଦ୍ୱାରା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି।
ଗୁରୁମିତ ରାମ ରହିମଙ୍କ ଏକ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚକୁଲାର ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ଏହି ମାମଲାରେ ଦଣ୍ଡ ଘୋଷଣା କରିଥିଲେ ଯାହା ପରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।
ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ୍ ରାମ ରହିମ୍ ନିର୍ଦ୍ଦୋଷରେ ଖଲାସ। ୨୦୦୨ରେ ହୋଇଥିବା ଡେରା ସଚ୍ଚା ସୌଦା ଅଧିକାରୀ ରଞ୍ଜିତ ସିଂହ ହତ୍ୟାକାଣ୍ଡରେ, ପଞ୍ଜାବ-ହରିୟାଣା ହାଇକୋର୍ଟ, ଗୁରୁମିତ ରାମ ରହିମ ସିଂହଙ୍କୁ ଦୋଷମୁକ୍ତ କରିଛନ୍ତି।
ରାମ ରହିମଙ୍କ ସହ ଅନ୍ୟ ୪ ଜଣଙ୍କୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ହାଇକୋର୍ଟ । ୨୦୨୧ରେ ସିବିଆଇ କୋର୍ଟ ରାମ ରହିମ ଓ ଏହି ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।
ଯାହା ପଞ୍ଜାବ-ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାମ ରହିମ। ହରିୟାଣା ସିର୍ସାର ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ରାମ ରହିମ ମହିଳାଙ୍କୁ ଯୌନ ନିର୍ଯାତନା ଦେଉଥିବା ନେଇ ୨୦୦୨ ମସିହାରେ କିଛି ଚିଠି ଭାଇରାଲ୍ ହୋଇଥିଲା।
ରଞ୍ଜିତ ସିଂହ ହିଁ ଏହା ପଛର ମୁଖ୍ୟ ନାୟକ ବୋଲି ସନ୍ଦେହ କରିଥିଲେ ରାମ ରହିମ । ଏହାର କିଛିଦିନ ପରେ ରଞ୍ଜିତ ସିଂହଙ୍କୁ ହତ୍ୟା କରାଯାଇଥିଲା ।
ରାମ ରହିମ ଓ ତାଙ୍କର କିଛି ସହଯୋଗୀ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହେବା ପରେ ସିବିଆଇକୁ ତଦନ୍ତ ଭାର ଦିଆ ଯାଇଥିଲା ।
ଅନ୍ୟପକ୍ଷରେ ଗୁରୁମିତ ରାମ ରହିମଙ୍କ ଓକିଲ ଅଜୟ ବର୍ମନ କହିଛନ୍ତି ଯେ ସେ ଏହି ନିଷ୍ପତ୍ତିକୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ।
ଏହି ମାମଲାରେ ଗୁରମିତଙ୍କ ବ୍ୟତୀତ ଅନ୍ୟ ଅଭିଯୁକ୍ତ ଅବତାର ସିଂହ, କୃଷ୍ଣଲାଲ, ଜସବୀର ସିଂହ ଓ ସବ୍ଦିଲ୍ ସିଂହ ଅଛନ୍ତି। ଟ୍ରାଏଲ ବେଳେ ଅନ୍ୟ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇସାରିଛି।
ଗୁରମିତ ରାମ ରହିମ ନିଜର ଦୁଇ ଜଣ ମହିଳା ଶିଷ୍ୟଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି।
ବଳାତ୍କାର ଓ ସାମ୍ବାଦିକଙ୍କ ହତ୍ୟା ମାମଲାରେ ରାମ ରହିମଙ୍କ ଆବେଦନ ହାଇକୋର୍ଟରେ ବିଚାରାଧୀନ ରହିଛି। ସମ୍ପ୍ରତି ରାମ ରହିମ ରୋହତକଙ୍କ ସୁନାରିଆ ଜେଲରେ ଅଛନ୍ତି।
୨୦୨୧ରେ ଡେରା ମ୍ୟାନେଜର ରଞ୍ଜିତ ସିଂହଙ୍କୁ ହତ୍ୟା ଷଡଯନ୍ତ୍ର କରି ଡେରା ମୁଖ୍ୟ ଅନ୍ୟ ଚାରିଜଣଙ୍କ ସହ ଦୋଷୀ ସାବ୍ୟସ୍ତ ହୋଇଥିଲେ।
ରଣଜିତ ସିଂହଙ୍କ ପୁଅ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ୨୦୦୩ରେ ହାଇକୋର୍ଟରେ ଆବେଦନ କରିଥିଲେ । ଏହାପରେ ମମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା।