Sunstar TV
ରାଜ୍ୟରେ ଶେଷ ହୋଇଛି ତିନୋଟି ପର୍ଯ୍ୟାୟ ନିର୍ବାଚନ । ଏବେ ବାକି ଥିବା ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର। ଏନେଇ ମଇଦାନରେ ଚାଲିଛି ହେଭିୱେଟ ନେତାଙ୍କ ଲଢେଇ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାର । ରାଜ୍ୟରେ ଶାସକ ଦଳ ନିଜ ଗାଦିକୁ ବଞ୍ଚାଇ ରଖିବା ପାଇଁ ଜୋରଦାର ଉଦ୍ୟମ କରୁଥିବା ବେଳେ ବିଜେପି ଫୋକସରେ ରହିଛି ଓଡିଶା । ଏସବୁ ଭିତରେ ସବୁଠୁ ଚର୍ଚ୍ଚିତ ଆସନ ପାଲଟିଛି ବାଲିକୁଦା-ଏରସମା ବିଧାନସଭା ଆସନ । କାରଣ ବିଜେଡି ଏଠାରୁ ଲଗାତର ତିନିଥର ବିଜୟୀ ହୋଇଥିବା ବେଳେ, ଚତୁର୍ଥ ବିଜୟ ପାଇଁ ଦମ ଲଗାଇ ଦେଇଛି ଶାସକ ଦଳ। ୨୦୧୯ରେ କଡ଼ା ଟକ୍କର ଦେଇଥିବା ବିଜେପି ଏଥର ସିଟ୍ ହାତେଇବାକୁ ପ୍ରସ୍ତୁତି ଜାରି ରଖିଛି। ସେପଟେ ଉଭୟ ବିଜେଡି ଏବଂ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ଅଣ୍ଟା ଭିଡୁଛି କଂଗ୍ରେସ ପାର୍ଟି। ହେଲେ ରାଜନୈତିକ ଦୃଷ୍ଟିକୋଣରୁ ଦେଖିଲେ କିଛି ଅଲଗା ଅଙ୍କ କଷୁଛି ବିଜେଡି । ଯାହାଦ୍ୱାରା ବାଲିକୁଦା-ଏରସମା ବିଧାନସଭା ଆସନର ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ବଳକୁ ସୁଦୃଢ଼ କରିଛି। ଏଥର ବାଲିକୁଦା-ଏରସମା ବିଧାନସଭା ଆସନରେ ୩ ନବାଗତ ମଇଦାନକୁ ଓହ୍ଲାଇ ଥିବା ବେଳେ ରାଜନୀତିରେ କିନ୍ତୁ ପୋଖତ ଥିବା ସାରଦା ବାଜି ମାରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେ ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ହେବ ରାଜନୀତିରେ ସକ୍ରିୟ ରହିଥିବା ବେଳେ ତାଙ୍କ ସାମ୍ନାରେ ଅଛନ୍ତି ୨ଟି ଦଳରୁ ପ୍ରାର୍ଥୀ ହୋଇଥିବା ନୂଆ ଚେହେରା । ସାରଦା ଚାରି ଚାରିଥର ଜିଲ୍ଲାପରିଷଦ ଜିତିଥିବା ବେଳେ ୨୦୧୪ରେ ସ୍ଵାଧୀନ ଭାବେ ନିର୍ବାଚନ ଲଢ଼ି ୨୦ ହଜାରରୁ ଉର୍ଦ୍ଧ୍ୱ ଭୋଟ ପାଇଥିଲେ। ତେବେ ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସାରଦାଙ୍କୁ ଚେକ୍ ଦେବାକୁ ଭାରତୀୟ ଜନତା ପାର୍ଟିର ଗୋଟେ ସପ୍ତାହରେ ମାଳ ମାଳ କେନ୍ଦ୍ରୀୟ ନେତା ଓ ମନ୍ତ୍ରୀଙ୍କ ବାଲିକୁଦା ଏରସମା ଗସ୍ତରେ ଆସୁଛନ୍ତି। ହେଲେ ଏଥିରୁ ପ୍ରମାଣ ହେଉଛି ଯେ, ବିରୋଧୀଙ୍କ ମନରେ ସାରଦାଙ୍କ ପ୍ରତି ଥିବା ଭୟ ଓ ସାରଦା କେତେ ଲୋକ ପ୍ରିୟତା ହାସଲ କରିଛନ୍ତି। ସେପଟେ କଂଗ୍ରେସ ପୂର୍ବତନ ବିଧାୟକ ତଥା ୨ଥର ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନୀ ରଣାଙ୍ଗନରେ ଅବତ୍ତୀର୍ଣ୍ଣ ହୋଇଥିବା ଲଲାଟେନ୍ଦୁ ମହାପାତ୍ର ପ୍ରଚାର ମଙ୍ଗ ଧରିଥିବା ବେଳେ କିନ୍ତୁ କେହି ଜାତୀୟସ୍ତରର ନେତାଙ୍କୁ ଦେଖିବାକୁ ମିଳୁନି। ତେବେ ଏହି କ୍ରମରେ ବାଲିକୁଦା ଏରସମା ଆସନରେ ବିଜେଡିକୁ ବହୁଳ ପରିମାଣରେ ସମର୍ଥନ ମିଳିବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।