SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନିରେ ପ୍ରକୃତି ରଚିଲା ତାଣ୍ଡବ । ଆଖି ପିଛୁଳାକେ ମାଟିରେ ମିଶିଗଲା ମହାଦ୍ରୁମ। ତାସ୍ ଘର ଭଳି ଭୁଶୁଡିଲା ବଡ଼ବଡ଼ କୋଠା । ପ୍ରକୃତିର ଏହି କରାଳ ରୂପରେ ହଜିଗଲେ ୨୦୦୦ରୁ ଅଧିକ ଲୋକ । ଭୂସ୍ଖଳନରେ ଚାହୁଁଚାହୁଁ ଚିଶ୍ଚିହ୍ନ ହୋଇଗଲା ଏକାଧିକ ଗାଁ। ଏନେଇ ଦେଇଛି ଜାତିସଂଘ ଏକ ରିପୋର୍ଟ। ଯେଉଁଥିରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି। ଏଏଫପି ଦେଇଥିବା ସୂଚନା ଅନୁସାରେ, ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ଶୁକ୍ରବାର ଭୋର୍ ପ୍ରାୟ ୩ଟା ସମୟରେ ହଠାତ ଭୂସ୍ଖଳନ ହୋଇଥିଲା । ଏଥିରେ ୨୦୦୦ରୁ ଅଧିକ ଲୋକ ପୋତି ହୋଇଯାଇଛନ୍ତି। ଭୂସ୍ଖଳନରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନିରେ ଘଟିଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୭୦୦ ଛୁଇଁଛି। ଏବେ ମଧ୍ୟ ୧୫୦ରୁ ଅଧିକ ବାସଗୃହ ମାଟିରେ ପୋତି ହୋଇ ରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି । ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଇତିମଧ୍ୟରେ ଦୁଇ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଭୂସ୍ଖଳନ ଘଟୁଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଥିବା ଜାତିସଂଘ ଦେଶାଟନ ସଂସ୍ଥା କର୍ମକର୍ତ୍ତା ସେରହାନ୍ ଆକ୍ତୋପ୍ରାକ୍ କହିଛନ୍ତି।
ପାହାଡରୁ ନିୟମିତ ଅତଡା ଖସିବା ସହ ଝରଣାରୁ ପାଣି ନିର୍ଗତ ହେଉଥିବାରୁ ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ସେହିପରି ମାଟି ଖୋଳିବାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବ ଯୋଗୁଁ ଉଦ୍ଧାରକାରୀ ଦଳ କୋଦାଳ, କୁରାଢିରେ ମାଟି ତଳୁ ମୃତଦେହ ଖୋଜି ବାହାର କରୁଛନ୍ତି। ଭୂସ୍ଖଳନ ଫଳରେ ୪ ହଜାରରୁ ଅଧିକ ଲୋକ ବାସ କରୁଥିବା ଏନ୍ଗା ଗ୍ରାମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି । ଫଳରେ ଏକ ହଜାରରୁ ଅଧିକ ଲୋକଙ୍କୁ ଅନ୍ୟ ସ୍ଥାନକୁ ବିସ୍ଥାପିତ କରାଯାଇଛି । ଶୁକ୍ରବାର ଦିନ ଏହି ମୃତ୍ୟୁସଂଖ୍ୟା ସଂଖ୍ୟା ୧୦୦ ରହିଥିବାବେଳେ ତାହା ବୃଦ୍ଧି ପାଇ ୭୦୦ କୁ ଅତିକ୍ରମ କରିଛି । ଅପରପକ୍ଷେ ଏହି ଭୂସ୍ଖଳନ କାରଣରୁ ଚାଷ ଜମି ସହ ଜଳ ଯୋଗାଣ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ତେବେ ଏହି ଘଟଣାକୁ ନେଇ ଆକ୍ତୋପ୍ରାକ୍ କହିଛନ୍ତି ଯେ ୬ ରୁ ୮ ମିଟର ଅର୍ଥାତ ୨୦ ରୁ ୨୬ ଫୁଟ ଗଭୀରରୁ ଉଦ୍ଧାରକାରୀମାନେ ମୃତ ଦେହ ଉଦ୍ଧାର କରିବା ସମ୍ଭବପରା ହେଉନାହିଁ । ଯାହାକୁ ଲୋକମାନେ ମଧ୍ୟ ଗ୍ରହଣ କରିନେଇଛନ୍ତି ଫଳରେ ପାପୁଆ ନିଉ ଗିନିରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Drone footage captures extent of the damage caused by a landslide in Papua New Guinea, which the UN says has killed more than 670 people.
Read more: https://t.co/nfmGwpGzx9 pic.twitter.com/jMWgE2Xk7Z
— Al Jazeera English (@AJEnglish) May 27, 2024